ଟ୍ୱିଟର ପାଇଁ ନୂଆ ସିଇଓ : ଏଲନ ମସ୍କଙ୍କ ବଡ ଘୋଷଣା

ଏଲନ ମସ୍କ ଗତ ଅକ୍ଟୋବର ୨୦୨୨ରେ ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟର କିଣିବା ପରେ ସେ ନିଜେ ଏହାର ସମସ୍ତ ଦାୟିତ୍ୱ ନେଇଥିଲେ । ତେବେ ଏବେ ନୂଆ ସିଇଓ ପଦ ଘୋଷଣା କରିଛନ୍ତି ।

ଲିଣ୍ଡା ୟାକାରିନୋ ହୋଇପାରନ୍ତି ନୂଆ ସିଇଓ

ଟ୍ୱିଟରର ନୂଆ ସିଇଓ ପଦକୁ ନେଇ ଏଲନ ମସ୍କ କରିଛନ୍ତି ବଡ ଘୋଷଣା । ଦି ୱାଲ ଷ୍ଟି୍ଟ

ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଏଲନ ଟ୍ୱିଟର ପାଇଁ ନୂଆ ପଦ ଘୋଷଣା କରିବା ସହ ସେ ନିଜେ ଚିଫ୍ ଟେକନୋଲୋଜିଷ୍ଟ ପଦରେ ଅବସ୍ଥାପିତ ହେବେ । ଗତ ଗୁରୁବାର ଦିନ ଏଲନ ତାଙ୍କ ଟ୍ୱିଟର ପେଜ୍ରେ ଲେଖିଛନ୍ତି ଯେ, ‘‘ଆସନ୍ତା ୬ ସପ୍ତାହ ଭିତରେ ଟ୍ୱିଟରରେ ନୂଆ ସିଇଓ ନିଯୁକ୍ତ ହେବା ସହ ମୁଁ ଚିଫ୍ ଟେକନୋଲୋଜିଷ୍ଟ ପଦରେ ରହିବି ।’’ ତେବେ ଏଲନ ନାମ ଘୋଷଣା କରି ନଥିବା ବେଳେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏନବିସି ୟୁନିଭର୍ସାଲ ଏକଜିକୁ୍ୟଟିଭ ଲିଣ୍ଡା ୟାକାରିନୋ ନୂଆ ସିଇଓ ହୋଇପାରନ୍ତି । ଏହି ଘୋଷଣା ପରେ ଏବେ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।