କଳାବ୍ୟାଚ ପିନ୍ଧି ଓପିଟିସିଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
୪ଟି ମହାସଂଘକୁ ନେଇ ଗଠିତ ହୋଇଥିବା ବିଦ୍ୟୁତ୍ କର୍ମଚାରୀ ଏକତା ମଞ୍ଚର ସଭ୍ୟମାନଙ୍କଦ୍ୱାରା ବିକ୍ଷୋଭ ପ୍ରଦର୍ଶନ
ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ଵର ଓପିଟିସିଏଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ
ଝାରସୁଗୁଡା, (ଦର୍ଶନ ନ୍ୟୁଜ) :
ଓଡ଼ିଶାର ବିଦ୍ୟୁତ୍ କର୍ମଚାରୀ ମାନଙ୍କର ଦୀର୍ଘଦିନର ଦାବିପୂରଣ କରିବାରେ ଓପିଟିସିଏଲ ମାନବ ସମ୍ବଳ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆଜି ବାଧ୍ୟହୋଇ ୪ଟି ମହାସଂଘକୁ ନେଇ ଗଠିତ ହୋଇଥିବା ବିଦ୍ୟୁତ୍ କର୍ମଚାରୀ ଏକତା ମଞ୍ଚର ସଭ୍ୟମାନେ କଳାବ୍ୟଚ୍ ପିନ୍ଧିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓପିଟିସିଏଲ ର ମାନବ ସମ୍ବଳ ଅଧିକାରୀଙ୍କ ଏକଛତ୍ରବାଦ କାର୍ଯ୍ୟ ପାଇଁ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଏକତା ମଞ୍ଚ ପ୍ରକାଶ କରିଛି ଏବଂ ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ଵର ଓପିଟିସିଏଲ କାର୍ଯ୍ୟାଳୟ ଆଗରେ ବିଶାଳ ରାଳି ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବୁଢିପଥର ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ଉପ ସଭାପତି ହିମାଂଶୁ ଶେଖର ମିଶ୍ର, ବ୍ରଜରାଜନଗର ଡିଭିଜନ ସମ୍ପାଦକ ମୁକୁନ୍ଦ କୁଅଁର, ଝାରସୁଗୁଡ଼ା ଡିଭିଜନ ସମ୍ପାଦକ ରୂପକ କୁମାର ଦଳାଇ, ଜୋନାଲ ସମ୍ପାଦକ ଯତିନ ପଟେଲ ପ୍ରମୁଖ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।