ଡ୍ରେନଖୋଳି ଚିର ନିଦ୍ରାରେ ପିଡଵ୍ଲୁଡି,ଏପଟେ ସାଧାରଣ ଲୋକେ ହନ୍ତସନ୍ତ
ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା
ପୂର୍ତବିଭାଗ ଜାଣତରେ ଏସବୁ ହେଉଛି କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି
କର୍ଲାମୁଣ୍ଡା ( ଦର୍ଶନ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିଷିଡା ସଦର କୁମ୍ଭାର ପଡା ଠାରୁ ବିଏସ ଏନ୍ ଏଲ ପର୍ଯ୍ୟନ୍ତ ପିଡଵ୍ଲୁଡି ରାସ୍ତା ଗୋଟିଏ ପାର୍ଶ୍ୱରେ ଡ୍ରେନ ଖୋଳି ଆଜକୁ ୨୫ ଦିନରୁ ଉର୍ଦ୍ଧ୍ବ ହେବ ଗାତ ଖୋଳି ଠିକାଦାର ଛୁ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଘର ସମ୍ମୁଖରେ ଗାତ ଖୋଳିଥିବାରୁ ଘରୁ ବାହାରିବା ପାଇଁ ଯାନବାହାନ ସହିତ ଘରୋଇ ସାମଗ୍ରୀ ନେବା ଆଣିବା ପାଇଁ ଅସୁବିଧା ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।ଏନେଇ ପୁର୍ତ୍ତ ବିଭାଗ ଜାଣତରେ ହେଉଛି ନାଁ ଠିକାଦାର ଜାଣି ଶୁଣି ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଛି ବୋଲି ବୁଦ୍ଧିଜୀବୀମାନେ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି। ଏ ନେଇ ପିଡଵ୍ଲୁଡି ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ।