ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା

ଦଶମ ଶ୍ରେଣୀରେ ପାସ୍ ହାର ୯୭.୧୮% ରହିଛି

ଛାତ୍ରୀ ରାଜରାଜଶ୍ରୀ ପରିଡା ୯୫.୮% ନମ୍ବର ଓ ଛାତ୍ର ଦେବଶ୍ରାତ ଖୁଣ୍ଟିଆ ୯୫.୪% ନମ୍ବର ରଖିଛନ୍ତି

କାମାକ୍ଷାନଗର:13/5/23
ପ୍ରକାଶ ପାଇଛି ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଜନ୍ତାରିବୋଲ, କାମାକ୍ଷାନଗର ସଫଳତା ପାଇଛି । ଏହି ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀରେ ପାସ ହାର ୯୭.୧୮ ପ୍ରତିଶତ ରହିଛି। ବିଦ୍ୟାଳୟର‌ ଛାତ୍ରୀ ରାଜ୍‌ରାଜଶ୍ରୀ ପରିଡା ୯୫.୮% ନମ୍ବର, ଛାତ୍ର ଦେବଶ୍ରାତ ଖୁଣ୍ଟିଆ ୯୫.୪, ଛାତ୍ର ଶକ୍ତିପ୍ରସାଦ ବେହେରା ୯୫% ରଖି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରାଜ୍‌ରାଜଶ୍ରୀ ଓ ଦେବଶ୍ରାତ ଭବିଷ୍ୟତରେ ଜଣେ ଜଣେ ଡ଼ାକ୍ତର ହେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ୧୬ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ବିଦ୍ୟାଳୟକୁ ଗୈାରବ ମଣ୍ତିତ କରିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ପାସ୍‌ହାର ରହିଛି ୮୨.୬୦ । ବିଦ୍ୟାଳୟର ଛାତ୍ରୀ ଯଶଶ୍ବିନୀ ପାଣି ୯୦.୨% , ସୂପର୍ଣ୍ଣା ସେନାପତି ୮୩% ଓ ଈଶ୍ବରୀ ନାୟକ ୮୧.୬% ରଖି ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
କାମାକ୍ଷାନଗରରୁ କିଷାନ ବିଶ୍ୱାଳଙ୍କ ରିପୋର୍ଟ.