ଖବର ପ୍ରକାଶ ପରେ ପ୍ରଶାସନର ତତ୍ପରତା
ମହାନତା ଦେଖାଇଲେ ଯୋଗାଣ ଅଧିକାରୀ ଶ୍ରୀ ହର୍ଷ
ବ୍ଲକ ଅଧିକାରୀ ଯାଇ ହିତାଧିକାରୀଙ୍କ ଘରେ ରାସନ କାର୍ଡରେ ନାଁ ସଂଯୋଗ କଲେ
ନୂଆଗାଁ(ଦର୍ଶନ ନ୍ୟୁଜ):- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ରେ ଗରିବ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଅଇନ ଅନୁଯାୟୀ କେହି ଉପବାସ ରହିବେନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି | କିନ୍ତୁ ଏଠି ବଡ଼ ବଡ଼ିଆ ଙ୍କ ହାତରେ ରାସନକାର୍ଡ କିନ୍ତୁ ଅସହାୟ ଗରିବ ଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି | ତେବେ ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁନ୍ହାବାରୀ ପଞ୍ଚାୟତ ର କେପେଟି ଗ୍ରାମ ର ଜଣେ ଅସହାୟ ବିଧବା ଓଜଳା ମଳିକ ଙ୍କ ଭିନ୍ନକ୍ଷମ ପୁଅ ଶିବପ୍ରସାଦ ମଳିକ ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ହୋଇନଥିବା ନେଇ ଖବର ପ୍ରକାଶିତ ହୋଇଥିଲା | ତେବେ ଆଜି ବ୍ଲକ ପ୍ରଶାସନ ତରଫରୁ ମହାନତା ଦେଖାଇଲେ ଯୋଗାଣ ଅଧିକାରୀ ଶ୍ରୀ ହର୍ଷ। ଗତ (୧୪) ତାରିଖ ରେ ବିଧବା ମା ମୁଣ୍ଡରେ ଭିନ୍ନକ୍ଷମ ପୁଅ ଝିଅଙ୍କ ବୋଝ, ମା ଝିଅଙ୍କୁ ମିଳୁଛି ଚାଉଳ ପୁଅଙ୍କୁ ମିଳୁନାହିଁ, ଖବର ପ୍ରକାଶ ପାଇବା ପରେ ସକାଳୁ ସକାଳୁ ପହଂଚି ଯାଇଥୀଲେ ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର କେପେଟି ଗ୍ରାମରେ ବିଧବା ମା ଉଜଳା ମଳିକ (୬୪) ଙ୍କ ଘରେ ଘରର ଆର୍ଥିକ ଅବସ୍ଥା ଦେଖିବା ସହ ପୁଅ ଶିବପ୍ରସାଦ ମଳିକ ଙ୍କ କାଗଜପତ୍ର ଆଣିବା ସହିତ ରାସନ୍ କାର୍ଡ ରେ ପୁଅ ଶିବପ୍ରସାଦ ମଳିକ ଙ୍କ ନାଁ କୁ ସଂଯୋଗ କରିଥିଲେ। ଆସନ୍ତା ଆଲର୍ଟ ମେଣ୍ଟରେ ତାଙ୍କୁ ଚାଉଳ ମିଳିବ । ତେବେ ବ୍ଲକ ଯୋଗାଣ ଅଧିକାରୀ ଙ୍କ ଏହିଭଳି ତତ୍ପରତା କୁ ଗ୍ରାମବାସୀ ତଥା ପରିବାର ରେ ଖୁସି ଦେଖିବାକୁ ମିଳିଛି |