ଫୁଲଡୁମେର ଗାଁରେ ପାନୀୟ ଜଳ ସଂକଟ
ଗ୍ରାମବାସୀଙ୍କ ତୃଷା ମେଣ୍ଟାଉଛି ନଦୀର ଦୂଷିତ ପାଣି
ସରକାରଙ୍କ ଗ୍ରାମାଞ୍ଚଳର ବିକାଶର ଲକ୍ଷ ଏବଂ ଦେଖିଥିବା ସ୍ୱପ୍ନ କେବଳ କାଗଜ କଲମରେ ସୀମିତ
ଭବାନୀପାଟଣା ୧୮.୦୫ (ଦର୍ଶନ ନିୟୁଜ)
ସରକାର ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଯୋଗାଇଦେବା ନିମନ୍ତେ ମାଳ,ମାଳ ଯୋଜନା ପ୍ରଣୟନ କରି ଏଥିପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରି ଖର୍ଚ୍ଚ ମଧ୍ୟ କରୁଛନ୍ତି ସତ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଦୁର୍ଗମ ଅଞ୍ଚଳରେ ସଠିକ ଭାବେ କାର୍ଯ୍ୟ କାରି ହେଉନଥିବା ଅଭିଯୋଗ ହେଉଛି। ସରକାରଙ୍କ ଗ୍ରାମାଞ୍ଚଳର ବିକାଶର ଲକ୍ଷ ଏବଂ ଦେଖିଥିବା ସ୍ୱପ୍ନ କେବଳ କାଗଜ କଲମରେ ସୀମିତ ରହୁଛି । ଦୁର୍ଗମ ଇଲାକାରେ ବସବାସ କରୁଥିବା ଗାଁ ଗୁଡ଼ିକରେ ଲୋକେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା- ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନସ୍ଥ ଫୁଲଡୁମେର ଗ୍ରାମର ଏହେଉଛି ବାସ୍ତବ ଚିତ୍ର।
ଏଇ ଗାଁରେ ରହିଛି ପାନୀୟ ଜଳ ପାଇଁ ଆସିଛି ସାଂଘାତିକ ଅଭିଯୋଗ । ଏହି ଗାଁରେ ସରକାରଙ୍କ ଦ୍ଵାରା ଏ ଯାଏଁ ପାନୀୟଜଳର ସୁବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ଗ୍ରାମ ବାସୀ ବାଧ୍ୟ ହୋଇ ନଦୀର ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ଏହା ଦ୍ଵାରା ଲୋକେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଠିକ୍ ସେଭଳି ଗାଁ ଠାରେ ରହିଥିବା ପ୍ରାଥମିକ ବିଦ୍ୟାଳୟ, ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହି ନଦୀର ଦୂଷିତ କାଦୁଅ ଯୁକ୍ତ ପାଣିକୁ ନେଇ ରୋଷେଇ କରି ଖାଇବା ପାଇଁ ଦିଆଯାଉଥିବା ଜଣାପଡିଛି। ଗ୍ରାମ ବାସୀ ଏନେଇ ବାରମ୍ବାର ପ୍ରଶାସନଙ୍କୁ ଓ ଜନପ୍ରତିନିଧି ଙ୍କ ପାଖରେ ବାରମ୍ବାର ଗୁହାରି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ନଦୀର ପାଣିରେ ପଶୁ, ପକ୍ଷୀ ସମେତ ଅନ୍ୟାନ୍ୟ ଯିବ ଗୁଡ଼ିକ ପାଣି ପିଇବା ସହିତ ମଳତ୍ୟାଙ୍ଗ କରୁଥିବା ବେଳେ, ସେହି ପାଣିକୁ ମଣିଷ ମଧ୍ୟ କୌଣସି ଉପାୟ ନପାଇ ସେହି ପାଣି ଉପରେ ଭରସା କରି ଫୁଲଡେମର ଗ୍ରାମ ବାସୀ ତୃଷ୍ଣା ମେଣ୍ଟାଉଥିବା ଜଣାପଡିଛି । ପାନୀୟ ଜଳ ପାଇଁ ଗାଁ ଲୋକେ ଡହଳ ବିକଳ ହେଉଥିବା ଦେଖାଦେଉଛି । ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସ ଦୃଷ୍ଟି ଦେବାକୁ ଦାବି ହେଉଥିବା ବେଳେ ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁ ଙ୍କୁ ଯୋଗାଯୋଗ କରାଥିବା ବେଳେ ଯଥା ଶ୍ରୀଘ୍ର ଏହି ଗାଁ ର ପାନୀୟ ର ସମସ୍ୟା ର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏଥି ପ୍ରତି କି ପଦକ୍ଷେପ ଗ୍ରହଣ କରୁଛି ।