ଦୁଇଝିଅ ନିରୁଦ୍ଦିଷ୍ଟ ; ମାଆ ଥାନାର ଦ୍ୱାରସ୍ଥ

+୨ ପାଠ ପଢୁଥିବା ବଡ଼ ଭଉଣୀ ଓ ମାଟ୍ରିକ୍ ପରୀକ୍ଷା ଦେଇଥିବା ସାନ ଭଉଣୀ ଦୁହେଁ ମିଶି ଘରୁ କେଉଁଆଡେ ପଳେଇ ଯାଇଛନ୍ତି।

ସନ୍ଧାନ ମିଳିବା ପର୍ଯ୍ୟନ୍ତ ଅନୁସନ୍ଧାନକୁ ବ୍ୟାପକ କରାଯିବ: ଆଇଆଇସି

ରଣପୁର (ଦର୍ଶନ ନ୍ୟୁଜ୍):ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଅଘଟଣ। +୨ ପାଠ ପଢୁଥିବା ବଡ଼ ଭଉଣୀ ଓ ମାଟ୍ରିକ୍ ପରୀକ୍ଷା ଦେଇଥିବା ସାନ ଭଉଣୀ ଦୁହେଁ ମିଶି ଘରୁ କେଉଁଆଡେ ପଳେଇ ଯାଇଛନ୍ତି। ଏନେଇ ଦୁଇ ଭଉଣୀଙ୍କର ମାଆ ଚାନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ମୟୂରଝାଲିଆ ଗ୍ରାମ ପଞ୍ଚାୟତ ହରିହର ପୁର ଗାଁ’ର ଯୋଗେନ୍ଦ୍ର ସ୍ୱାଇଁ ଓ ରଶ୍ମିତା ସ୍ୱାଇଁ ବଡ଼ଝିଅ ମନୀଷା ସ୍ୱାଇଁ(୧୮) ଓ ସାନଝିଅ ଲିପ୍ସା ସ୍ୱାଇଁ(୧୫)। ବଡ଼ଝିଅ +୨ ପାଠ ପଢୁଥିଲେ,ସାନଝିଅ ଲିପ୍ସା ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଦୁଇଝିଅଙ୍କ ମା’ ଘର ବାରିପଟେ ଗଛରେ ପାଣି ଦେଉଥିବାବେଳେ ଦୁଇ ଭଉଣୀ ଫେରାର ହେଇଯାଇଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏଥିଯୋଗୁଁ ପରିବାର ପକ୍ଷରୁ ସମସ୍ତ ବନ୍ଧୁବାନ୍ଧବ,ସାହି ପଡିଶା ଓ ସମ୍ପର୍କୀୟ ମାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଦୁଇ ଭଉଣୀଙ୍କ ଖବର ମିଳିନାହିଁ। ତେଣୁ ଯୋଗେନ୍ଦ୍ରଙ୍କ ପତ୍ନୀ ରଶ୍ମିତା ସ୍ୱାଇଁ ଚାନ୍ଦପୁର ଥାନାରେ ଜଣାଇ ଝିଅ ଦୁହିଁଙ୍କୁ ଫେରେଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି। ମୟୂରଝାଲିଆ ପଞ୍ଚାୟତର ସମାଜସେବୀ ସୁରେନ୍ଦ୍ରନାଥ କଳସ ଫେରାର୍ ଥିବା ଦୁଇଝିଅଙ୍କ ପିତାମାତା,ଅଞ୍ଚଳବାସୀଙ୍କ ସହିତ ଯୋଗାଯୋଗ ରଖି ଏଦିଗରେ ଯଥାଚିତୋ ପଦକ୍ଷେପ ନେବାପାଇଁ ପୋଲିସ୍ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏ ନେଇ ଚାନ୍ଦପୁର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ବିଭିନ୍ନ ଦୃଷ୍ଟିକୋଣରୁ ଗ୍ରାମବାସୀ,ସ୍ଥାନୀୟ ଲୋକଙ୍କ ସୂଚନା ଓ ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ୍ ତଦନ୍ତ ଜୋରଦାର ଚାଲିଛି। ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମଳିନାହିଁ। ଯଦି ସେମାନଙ୍କ ପାଖରେ ମୋବାଇଲ୍ ଥା’ନ୍ତା ତେବେ ଫୋନ୍ ଟ୍ରାକ୍ କରି ସେମାନଙ୍କ ସନ୍ଧାନ ପାଇବା ସହଜ ହୋଇ ପାରିଥା’ନ୍ତା। ତଥାପି ବିଭିନ୍ନ ଇଣ୍ଟେଲିଜେନ୍ସି ଓ ସ୍ପାଇଙ୍କ ଜରିଆରେ ଚାନ୍ଦପୁର ଥାନା ପୋଲିସ୍ ପକ୍ଷରୁ ଫେରାର୍ ହୋଇଥିବା ଦୁଇ ଭଉଣୀଙ୍କ ସନ୍ଧାନ ମଳିବା ପର୍ଯ୍ୟନ୍ତ ଜୋରଦାର୍ ଅନୁସନ୍ଧାନ ଜାରି ରହିବ ବୋଲି ଚାନ୍ଦପୁର ଥାନା ଆଇଆଇସି ମୁକେଶ କୁମାର ବେହେରା ସୂଚନା ଦେଇଛନ୍ତି।