ଶପଥ ନେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
କର୍ଣ୍ଣାଟକର ନୂଆ କଂଗ୍ରେସ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧରମୈୟା ଡିକେ ଶିବକୁମାର କର୍ଣ୍ଣାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଶପଥ ପାଠ କରାଇଲେ ରାଜ୍ୟପାଳ
କର୍ଣ୍ଣାଟକ: ଶପଥ ନେଲେ ସିଦ୍ଧରମୈୟା ଓ ଡିକେ ଶିବକୁମାର। କର୍ଣ୍ଣାଟକର ନୂଆ କଂଗ୍ରେସ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ଯଥାକ୍ରମେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଣ୍ଟିରାଭା ଷ୍ଟାଡିୟମରେ ଚାଲିଥିବା ସମାରୋହରେ କର୍ଣ୍ଣାଟକର ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଏହି ଦୁଇ ନେତାଙ୍କୁ ଶପଥ ପାଠ କରାଇଛନ୍ତି।
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫ୍ତି, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟାଚୁରି, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଓ ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ସମେତ ପ୍ରମୁଖ ରାଜନେତାମାନେ ଏହି ସମାରୋହରେ ଉପସ୍ଥିତ ଥିଲେ।
ତାମିଲ ଚଳଚ୍ଚିତ୍ର ଜଗତର କେତେକ ଚର୍ଚ୍ଚିତ ବ୍ୟକ୍ତି ବିଶେଷ ଯିଏକି କଳାକାରରୁ ରାଜନେତା ପାଲଟିଥିବା ତାମିଲ ସୁପରଷ୍ଟାର କମଲ ହାସନ, କନ୍ନଡ ସୁପରଷ୍ଟାର ଶିବରାଜ କୁମାର, ଲୋକପ୍ରିୟ ଅଭିନେତା ଦୁନିଆ ବିଜୟ, ଅଭିନେତ୍ରୀରୁ ରାଜନେତା ପାଲଟିଥିବା ରମ୍ୟା, ଅଭିନେତ୍ରୀ ନିଶ୍ବିକା ନାଇଡୁ, ବରିଷ୍ଠ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଉମାଶ୍ରୀ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଭି ରାଜେନ୍ଦ୍ର ସିଂହ ବାବୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ରାହୁଲ ଗାନ୍ଧି ସେମାନଙ୍କ ସହ ଯୋଗ ଦେଇ ଉତ୍ସାହିତ ହୋଇଥିଲେ। ତେବେ ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ଏକ ଲକ୍ଷ ଲୋକ ଯୋଗ ଦେଇଛନ୍ତି।