ଆସନ୍ତା କାଲି ହୋଇପାରେ କ୍ୟାବିନେଟ ଅଦଳବଦଳ

ବାଚସ୍ପତି ଓ ଦୁଇ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନିଷ୍ପତ୍ତି

ଚଳିତ ମାସ ୨୨ ତାରିଖରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ୟାବିନେଟ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କିଛି ଦିନ ତଳେ ବାଚସ୍ପତି ଇସ୍ତଫା ଦେଇଥିବା ବେଳେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଚଳିତ ମାସ ୨୨ ତାରିଖରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ୩ଟି ପଦବୀ ପୂରଣ କରାଯିବା ସହ ୩ ଜଣ ବିଧାୟକଙ୍କୁ ନିଯୁକ୍ତି ଦିଆଯିବ। ଗତ ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଦୀପାଳୀଙ୍କୁ ବିଧାୟିକା ଦାୟିତ୍ବ ପରେ ତାଙ୍କୁ ମନ୍ତ୍ରୀ ପଦରେ ଅବସ୍ଥାପିତ କରିବାର ସମ୍ଭାବନା ରହିଛି ।