୭୫୬ ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୧୫କୁ ହ୍ରାସ ପାଇଛି

ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୪,୪୬,୫୧୪କୁ ବୃଦ୍ଧି ପାଇଛି

ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି।

ନୂଆଦିଲ୍ଲୀ : ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ୭୫୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୮,୬୭୫ରୁ ୮,୧୧୫କୁ ହ୍ରାସ ପାଇଛି । ଆଜିର ତଥ୍ୟ ଅନୁଯାୟୀ, କେରଳରେ ୨ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ ୮ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୫,୩୧,୮୩୨କୁ ବୃଦ୍ଧି ପାଇଛି। କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟି (୪,୪୯,୮୬,୪୬୧) ରେକର୍ଡ କରାଯାଇଛି।

ବର୍ତ୍ତମାନ ସକ୍ରିୟ ମାମଲା ସମୁଦାୟ ସଂକ୍ରମଣର ୦.୦୨ ପ୍ରତିଶତ ଏବଂ ଜାତୀୟ କୋଭିଡ୍-୧୯ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ ରେକର୍ଡ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୪,୪୬,୫୧୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି। ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୬ କୋଟି ଡୋଜ୍ କୋଭିଡ୍ ଟିକା ଦିଆଯାଇଛି।