ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ କାଳବୈଶାଖୀର ପ୍ରଭାବ : ଅଟକିଲା ଟ୍ରେନ

କାଳବୈଶାଖୀ ଯୋଗୁଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଗଛ ପଡି ଟ୍ରେନର ସାମନା ଗ୍ଲାସ ଭାଙ୍ଗି ଯାଇଛି।

ଯାଜପୁର ବୈତରଣୀ ରୋଡ ନିକଟରେ ଅଟକି ରହିଛି ଟ୍ରେନ

ଯାଜପୁର : ଅଧା ବାଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ଅପରାହ୍ନ ୪ଟା ୩୫ରୁ ପୁରୀରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁରର ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ ଅଟକି ରହିଛି। କାଳବୈଶାଖୀ ଯୋଗୁଁ ଏକ ଗଛ ପଡି ଲୋକୋ ପାଇଲଟ ସାମନା ଗ୍ଲାସ ଭାଙ୍ଗି ଯାଇଛି। ଯାହା ଫଳରେ ଟେକନିକାଲ ଟିମ ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୭.୩୦ ସୁଦ୍ଧା ଟ୍ରେନ ଛାଡିବାର ବ୍ୟବସ୍ଥା କରାଯାଇଛି।