ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ

ଶପଥ ନେଲେ ୩ ନୂଆ ମନ୍ତ୍ରୀ

ସମସ୍ତ ୩ ସଦସ୍ୟଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡି ହେଲେ ସାମିଲ । ସମସ୍ତ ୩ ନୂଆ ସଦସ୍ୟଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଗଲା । ଏ ନେଇ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ଶପଥ ଗ୍ରହଣ ଉସôବ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ, ସାରଦା ଓ ସୁଦାମ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ ।
ଶପଥ ଗ୍ରହଣ ଉସôବ ପରେ ମନ୍ତ୍ରୀମଣ୍ଡଳର ଦାୟିତ୍ୱକୁ ନେଇ ରହିଛି ଜୋର୍ ଚର୍ଚ୍ଚା । କାହାକୁ କେଉଁ ଦାୟିତ୍ୱ ମିଳିବ ଏ ନେଇ ଜଣା ପଡିନାହିଁ । ତେବେ ବାଚସ୍ପତି ପଦ ପାଇଁ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ସାମଲ ଓ ଦେବୀ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି । ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ । ଏନେଇ ଚାଲିଛି ଅନେକ କଳ୍ପନାଜଳ୍ପନା ।