ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା, କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି।

ହାଇକୋର୍ଟ ଗୋବିନ୍ଦ ସାହୁଙ୍କୁ ୧୫ ଦିନିଆ ଅନ୍ତରୀଣ ଜାମିନ ଆଦେଶ ପରେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି ଗୋବିନ୍ଦ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ଏବଂ ତାର ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି।