ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ: ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ

‘ବିକଶିତ ଭାରତ ୨୦୪୭ ରୋଲ ଅଫ୍ ଟିମ୍ ଇଣ୍ଡିଆ’ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଅନେକ କାରଣ ଦର୍ଶାଇ ଅନୁପସ୍ଥିତ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ‘ବିକଶିତ ଭାରତଅ୨୦୪୭ ରୋଲ ଅଫ୍ ଟିମ୍ ଇଣ୍ଡିଆ’ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ ଦେଶର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇନାହାନ୍ତି । ସମସ୍ତେ କିଛି ନା କିଛି କାରଣ ଦର୍ଶାଇ ଏହି ବୈଠକରେ ସାମିଲ ହୋଇନାହାନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପସ୍ଥିତ ନଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଉପସ୍ଥିତ ନହେବାର କୌଣସି କାରଣ ଦର୍ଶାଇ ନାହାନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ସିଙ୍ଗାପୁର ଓ ଜାପାନ ଗସ୍ତରେ ଥିବାରୁ ସେ ଏହି ବୈଠକରେ ଉପସ୍ଥିତ ନାହାନ୍ତି । ସେହିପରି ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, କେନ୍ଦ୍ର ସମ୍ପ୍ରତି ନିୟମକୁ ନେଇ ବୈଠକ ଘୋଷଣା କରିବା ସହ ଦେଶରେ ସହଯୋଗୀ ସଂଘକୁ ଏକ ପରିହାସରେ ପରିଣତ କରାଯାଉଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ୍ କେନ୍ଦ୍ରକୁ ଚିଠି ଲେଖି କହିଛନ୍ତି ଯେ, ଏହା ପଞ୍ଜାବର ସ୍ୱାର୍ଥ ପ୍ରତି ହିତକର ନୁହେଁ , ଯେଉଁଥିପାଇଁ ସେ ଏହି ବୈଠକରେ ସାମିଲ ହେବେ ନାହିଁ । ଯାହାକୁ ସେ ଏକ ଫଟୋ ଅଧିବେଶନ ବୋଲି ବିବେଚିତ କରିଛନ୍ତି । ସେହିପରି ଅନ୍ୟ ତିନି ଜଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକତ୍ରିତ ହୋଇ ବିଜେପିକୁ ବିରୋଧ କରି ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ମୁକାବିଲା କରିବେ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ମୁଖ୍ୟ ପ୍ରସଙ୍ଗ ଉପରେ ଏହି ବୈଠକ ରଖାଯାଇଛି : ଯଥା, ଏମଏସଏମଇ ଉପରେ ମୁଖ୍ୟ ବିଷୟ, ଭିତିଭୂମି ଏବଂ ବିନିଯୋଗ, ସମର୍ପଣ କମ୍ କରିବା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୃଷ୍ଟିକର, ଦକ୍ଷତା ବିକାଶ, କ୍ଷେତ୍ର ବିକାଶ ଏବଂ ସାମାଜିକ ଭିତିଭୂମି ପାଇଁ ଗତି ଶକ୍ତି ଦକ୍ଷତା ବିକାଶ ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେଉଛି ।