ପ୍ରଥମ ବେସାମରିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ ଚୀନ୍
ଚୀନ୍ ଆସନ୍ତା ମଙ୍ଗଳବାର ତିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନକୁ ବେସାମରିକ ମହାକାଶଚାରୀଙ୍କୁ ପଠାଇବ ।
ରାଷ୍ଟ୍ରପତି ସି ଜୀନପିଙ୍ଗଙ୍କ ନେତୃତ୍ୱରେ ପଠାଯିବ ।
ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ତିଆଙ୍ଗୋଙ୍ଗ୍ ସ୍ପେସ୍ ଷ୍ଟେସନକୁ ବେସାମରିକ ମହାକାଶଚାରୀଙ୍କୁ ପଠାଇବ ଚୀନ୍ । ଏହା ଚୀନର ପ୍ରଥମ ବେସାମରିକ ମହାକାଶଚାରୀ ହେବେ ବୋଲି ଦେଶର ମ୍ୟାନ୍ଡ ସ୍ପେସ୍ ଏଜେନ୍ସି କହିଛି । ଚାଇନା ମ୍ୟାନଡ ସ୍ପେସ୍ ଏଜେନ୍ସିର ମୁଖପାତ୍ର ଲିନ୍ ସିକିଆଙ୍ଗ୍ ସୋମବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପେଲୋଡ୍ ବିଶେଷଜ୍ଞ ଗୁଇ ହାଇଚାଓ ବେଜିଂ ୟୁନିଭର୍ସିଟି ଅଫ୍ ଏରୋନୋଟିକ୍ସ ଆଣ୍ଡ ଆଷ୍ଟ୍ରୋନୋଟିକ୍ସରେ ପ୍ରଫେସର ଅଛନ୍ତି । ପୂର୍ବରୁ ମହାକାଶକୁ ପଠାଯାଇଥିବା ସମସ୍ତ ମହାକାଶଚାରୀ ପିପୁଲ୍ସ ରିବରେସନ୍ ଆର୍ମିର ଅଂଶ ଥିଲେ । ଏଥିରେ ମିଶନ କମାଣ୍ଡର ହେଉଛନ୍ତି ଜିଙ୍ଗ ହାଇପେଙ୍ଗ ଏବଂ ତୃତୀୟ କ୍ରୁ ମେମ୍ବର ହେଉଛନ୍ତି ଝୁ ୟାଙ୍ଗଜୁ ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୯ଟା ୩୧ରେ ଉତର-ପଶ୍ଚିମ ଚୀନର ଜିଉକୁଆନ୍ ସାଟେଲାଇଟ୍ ଲଂଚ ସେଂଟରରୁ ଉଡାଣ ଭରିବ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଚୀନର ମହାକାଶ ସ୍ୱପ୍ନ ପାଇଁ ଯୋଜନାକୁ ଓଭରଡ୍ରାଇଭରେ ରଖାଯାଇଛି ।