କ୍ୟାବିନେଟ ବୈଠକ: ୧୮ଟି ପ୍ରସ୍ତାବକୁ ଅନୁମୋଦନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୮ଟି ପ୍ରସ୍ତାବକୁ ଅନୁମୋଦନ
‘ମୋ ଘର’ ଯୋଜନା ଅନୁମୋଦିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁମୋଦନ କରିଥିବା ୧୮ଟି ପ୍ରମୁଖ ପ୍ରସ୍ତାବ ମଧ୍ୟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଗ୍ରାମାଂଚଳରେ ସରକାରୀ ଆବାସ ସହାୟତା ପାଇଁ ନୂଆ ଯୋଜନା ‘ମୋ ଘର’ ଯୋଜନା ଅନୁମୋଦିତ । ଓଡିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସକୁ ମଞ୍ଜୁରୀ, ଓଡିଶାର ସମସ୍ତ ମହାବିଦ୍ୟାଳୟକୁ ଅନୁଦାନ ଆଦେଶ, ୨୦୦୮କୁ ମଞ୍ଜୁରୀ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାର ରୂପାନ୍ତର ପାଇଁ ୨୦୦୦ କୋଟି ଟଙ୍କା ବ୍ୟୟରେ ଅନୁଷ୍ଠାନ ବିକାଶ ଯୋଜନାର କାର୍ଯ୍ୟକାରିତା । ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ଓ ନୂତନ ବିଭାଗ ସୃଷ୍ଟି, ହିନ୍ଦୀ ସିନେମା ‘ଝିଗାଟୋ’ର ଟିକସ ଛାଡ, ଓଡିଶା ସିନେମା ଡେଲିଭରି ବୟକୁ ଟିକସ ଛାଡ, ଖୋର୍ଦ୍ଧାର ଚଣ୍ଡିହାଟାରେ ଥିବା ଏସି ୦୨.୦୦ ଡିସେମ୍ବର ଜମିର ଲିଜ୍ ଡିଡ୍ ଉପରେ ଷ୍ଟାମ୍ପ ଡୟୂଟି ଛାଡ ଓ ପଞ୍ଜୀକରଣ ଶୁଳ୍କ ଛାଡ, ୧୯୭୨ ଓଡିଶା ଆଇନର ସଂଶୋଧନ ଓ ଜମିର ବିଭାଜନ ନିବାରଣ ଆଇନ (ଓଡିଶା ଅଧିନିୟମ ୨୧), ରାଜ୍ୟରେ ଅବକାରୀ ପ୍ରଶାସନର ସୁରୁଖୁରୁରେ ପରିଚାଳନା ପାଇଁ ଜିଲ୍ଲା କ୍ୟାଡରରୁ ଅବକାରୀ କନଷ୍ଟେବଳ ଓ ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ପଦବୀକୁ ଯଥାକ୍ରମେ ଡିଭିଜନାଲ କ୍ୟାଡର ଏବଂ ରାଜ୍ୟ କ୍ୟାଡରରେ ପରିଣତ କରିବା, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ, ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କା ମଞ୍ଜୁରୀ, ବଲାଙ୍ଗୀର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ, ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ । ଏଭଳି ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଛନ୍ତି ।