ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ମୋ ପାଇଁ ଲାଭଦାୟକ: ରାହୁଲ

ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପ୍ରସଙ୍ଗରେ ନୀରବତା ଭାଙ୍ଗିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ତାଙ୍କ ପାଇଁ ଲାଭଦାୟକ କାରଣ ଏହା ତାଙ୍କୁ ନିଜକୁ ପୁନଃସଂକଳ୍ପିତ କରିବାକୁ ଅନୁମତି ଦେଇଥାଏ ଯାହା ବିଜେପି ଅନୁଭବ କରୁନାହିଁ ।

ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ୱର: ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିା ବୁଧବାର ଦିନ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧି କହିଛନ୍ତି ଯେ, ‘’ମାନହାନି ମାମଲାରେ ମୋତେ ସର୍ବାଧିକ ଦଣ୍ଡ ମିଳିବ ଏବଂ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ମୁଁ କେବେ ଭାବି ନଥିଲିା କିନ୍ତୁ ଏହା ମୋତେ କାମ କରିବାର ବହୁତ ସୁଯୋଗ ଦେଇଛି । ଏହା ମୋ ପାଇଁ ଲାଭଦାୟକ କାରଣ ଏହା ମୋତେ ନିଜକୁ ପୁନଃସଂକଳ୍ପିତ କରିବାକୁ ଅନୁମତି ଦେଇଛି ଯାହା ବିଜେପି ଅନୁଭବ କରୁନାହିଁ। ଅନେକ ଦୃଷ୍ଟିରୁ ମୋର ଅଯୋଗ୍ୟତା ମୋ ପାଇଁ ଲାଭଦାୟକ କାରଣ ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂତନ ସ୍ଥାନ ଖୋଲିଥାଏ। ମୁଁ ଭାବୁଛି ସେମାନେ ମୋତେ ଏକ ଉପହାର ଦେଇଛନ୍ତି ଏବଂ ସେମାନେ ଭାବୁନାହାନ୍ତି ଯେ ସେମାନେ ଏହାକୁ ଅନୁଭବ କରୁଛନ୍ତି।‘’ ଆଗାମୀ ଦିନରେ ୱାଶିଂଟନ ଡିସି ଏବଂ ନ୍ୟୁୟର୍କରେ ଆମେରିକା ଗସ୍ତ ସମୟରେ କଂଗ୍ରେସ ନେତା ଅନେକ ଲୋକଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି ।
ସୂଚନାନୁଯାୟୀ, ମୋଦି ଉପନାମ ମାମଲାରେ ସୁରତ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏପ୍ରିଲ ୨୨ରେ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ହେବା ପରେ ତାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିଥିଲା। ଉଚ୍ଚ ନ୍ୟାୟାଳୟ ତାଙ୍କୁ ନିଦେ୍ର୍ଦାଶ ସାବ୍ୟସ୍ତ ହେବା ପର୍ୟ୍ୟନ୍ତ ସେ ୮ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହେବେ ନାହିଁ।