ଉତରପ୍ରଦେଶ: ନବଜାତ ଶିଶୁକନ୍ୟାକୁ ହତ୍ୟା
ଏକ ଘରୋଇ ପ୍ରସୂତି କ୍ଲିନିକରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ତାଙ୍କ ଦୁଇ ଦିନର ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି
ଦୁଇ ଝିଅ ପରେ ପୁଅ ଚାହୁଁଥିବାରୁ ବ୍ୟକ୍ତି ଜଣକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି
ଉତରପ୍ରଦେଶ: ଉତରପ୍ରଦେଶର ଏକ ଘରୋଇ ପ୍ରସୂତି କ୍ଲିନିକରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ତାଙ୍କ ଦୁଇ ଦିନର ଶିଶୁକନ୍ୟାକୁ ତଳେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଝିଅ ପରେ ପୁଅ ଚାହୁଁଥିବାରୁ ବ୍ୟକ୍ତି ଜଣକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ତାଙ୍କ ପତ୍ନୀ ଶବ୍ବୋ ବେଗମ୍ ପୁଲିସରେ ଏତଲା ଦେଇଥିଲେ, ଯେଉଁଥିରେ ସେ ଦାବି କରିଛନ୍ତି ଯେ ପୂର୍ବରୁ ଦୁଇ ଝିଅ ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କୁ ନିର୍ୟାତନା ଦେଉଥିଲେ।
ସୋମବାର ମୁଁ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମୋ ସ୍ୱାମୀ ଶିଶୁଟିକୁ କୋଳରେ ନେଇ ବୁଧବାର ତଳେ ଫିଙ୍ଗି ଦେଇଥିଲେ। ଶିଶୁଟିର ମୃତ୍ୟୁ ଘଟିଛି ବୋଲି ପତ୍ନୀ ତାଙ୍କ ଅଭିଯୋଗରେ କହିଛନ୍ତି। ସେ କହିଛନ୍ତି ଯେ ଶିଶୁଟିର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ଏବଂ ଡାକ୍ତରମାନେ ଶିଶୁଟିକୁ ଉନ୍ନତ ଚିକିତ୍ସା ସୁବିଧା ଥିବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ତାଙ୍କ ସ୍ୱାମୀ ମନା କରିଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଗର୍ଭବତୀ ଥିଲେ, ତାଙ୍କ ସ୍ୱାମୀ ତାଙ୍କ ପେଟରେ ଅନେକ ଥର ମାଡ଼ ମାରିଥିଲେ ଏବଂ ଯଦି ସେ ପୁଣି ଥରେ ଝିଅ ଜନ୍ମ ଦିଅନ୍ତି ତେବେ ତାଙ୍କୁ ‘ତଲାକ୍’ ଦେବାକୁ ଧମକ ଦେଇଥିଲେ।
ଏ ନେଇ ଶବବୋଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ।ସ୍ୱାମୀଙ୍କ ସହ ବୁଝାମଣା କରି ମାମଲାର ସମାଧାନ କରିବା ପାଇଁ ପୁଲିସ ମୋ ଉପରେ ଚାପ ପକାଉଛି ବୋଲି ଶବ୍ବୋ କହିଛନ୍ତି। ସିଓ ସୁନୀଲ ଦତ୍ତ ଶୁକ୍ରବାର କହିଛନ୍ତି, “ମୁଁ ଏହି ମାମଲାର ଅନୁଧ୍ୟାନ କରିବି ଏବଂ ଏସଏଚଓଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବି। ଯଦି ପୀଡ଼ିତା ଏଫଆଇଆର ରୁଜୁ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ରୁଜୁ କରାଯିବ।”