ଜନସମ୍ପର୍କ ଅଭିଯାନ: ଜୁନ୍ ୧୭ରେ ଓଡ଼ିଶା ଆସିବେ ଅମିତ ଶାହ

କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଏହି ଜନସଚେତନତା ଅଭିଯାନ ଚାଲିଛି।

୨୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିବେ ଓଡିଶା

ଭୁବନେଶ୍ବର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସାମଲଙ୍କ ସୂଚନା ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସନ୍ତା ୨୨ ତାରିଖରେ ରାଜ୍ୟ ଗସ୍ତରେ ଆସିବେ। ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନେକ ପ୍ରମୁଖ ନେତା ସେମାନଙ୍କ ମାସବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଅଧୀନରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶରେ ଜନସଚେତନତା ଅଭିଯାନ ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁବ୍ ଶୀଘ୍ର ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।