ବଢିଲା ଭୟ: ରେଡ୍‌ ଜୋନ୍‌କୁ ଫେରିଲା ଖୋର୍ଦ୍ଧା, କଟକ ଓ ପୁରୀ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ବଢିଚାଲିଛି କୋଭିଡ୍ ସଂକ୍ରମଣ । ତୃତୀୟ ଲହର ପରେ ପ୍ରଥମ ଥର ପାଇଁ ରାଜ୍ୟରେ ୫ ଶହ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ସହ ପୁରୀ ଓ କଟକ ମଧ୍ୟ ରେଡ୍‌ ଜୋନ୍‌କୁ ଫେରିଛି । ଖୋର୍ଦ୍ଧା ଜିଲ୍ଲାରେ ଟିପିଆର ୧୦.୬୧, ପୁରୀରେ ୮.୧୩ ଓ କଟକରେ ୭.୭ ରହିଛି ।

ରାଜ୍ୟର ସବୁଠି ଅଧିକ ସଂକ୍ରମିତ ଭୁବନେଶ୍ବରରେ ବାହାରୁଥିବାରୁ ଏହାକୁ ନଜରରେ ରଖି ରାଜଧାନୀବାସୀଙ୍କୁ ତାଗିଦ କଲେ ମେୟର । ପୂର୍ବରୁ ଭୁବନେଶ୍ବରରେ ମାକ୍ସକୁ ବାଧ୍ୟତାମୂଳକ କରିଛି ବିଏମସି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜଧାନୀରେ ମାସ୍କ ପିନ୍ଧିବାକୁ ପଡିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ପୂର୍ବ ଭଳି ମଧ୍ୟ ଫାଇନ୍‌ କଟାଯିବ ବୋଲି ତାଗିଦ କରିଛନ୍ତି ଭୁବନେଶ୍ବର ମେୟର।