ସହମତିରେ ସମ୍ପର୍କ ରଖିବା ବଳାତ୍କାର ନୁହେଁ: କେରଳ ହାଇକୋର୍ଟ

କେରଳ ହାଇକୋର୍ଟ ସହମତିରେ ହୋଇଥିବା ଯୌନ ସମ୍ବଦ୍ଧ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି କିଏ ସହମତିରେ ଯୌନ ସମ୍ପର୍କ ରଖିବା ପରେ ବିବାହ ଲାଗି ମନା କରେ ଏ କ୍ଷେତ୍ରରେ ଦୁଷ୍କର୍ମ ଅପରାଧ ହୋଇ ପାରିବନି। ଯଦି ଯୌନ ସମ୍ପର୍କ ଲାଗି ଧୋକାରେ ଅଥବା ଭ୍ରମିତ କରି ସହମତି ନିଆଯାଇଥାଏ ତେବେ ଏହା ଅପରାଧ ପଦବାଚ୍ୟ ।

ହାଇକୋର୍ଟ ଯୌନ ଉତ୍ପିଡ଼ନ ଅଭିଯୋଗରେ ଗିରଫ କେନ୍ଦ୍ର ସରକାରଙ୍କ ଜନୈକ ଓକିଲଙ୍କୁ ଜାମିନ ମଞ୍ଜୁର କରିବା ବେଳେ ଏହା କହିଛନ୍ତି। ଓକିଲଙ୍କ ବିରୋଧରେ ତାଙ୍କ ସହକର୍ମୀ ଏହି ଅଭିଯୋଗ ଆଣିଥିଲେ। କେରଳ ହାଇକୋର୍ଟ ତାଙ୍କ ଆଦେଶରେ ଯଦି ସହମତିରେ ପାର୍ଟନର ହୋଇଥିବା ଦୁଇ ଜଣଙ୍କ ଯୌନ ସମ୍ବଦ୍ଧ ବିବାହ ପର୍ଯ୍ୟନ୍ତ ନ ପହଞ୍ଚିପାରେ ତେବେ ଏହାକୁ ମଧ୍ୟ ସହମତିରେ ହୋଇଥିବା ଯୌନ ସମ୍ବଦ୍ଧ ମନେ କରାଯିବ।