ସୁନ୍ଦରଗଡ଼: ଭିଜିଲାନ୍ସ ସ୍କାନରରେ ଆରଡବ୍ଲୁଡି ଆସିଷ୍ଟାଣ୍ଟ ଇଞ୍ଜିନିୟର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରରେ ଅଛନ୍ତି।
ସୁନ୍ଦରଗଡ଼ର ୭ଟି ସ୍ଥାନରେ ଚଢାଉ ଜାରି ରହିଛି
ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓଡ଼ିଶା ଭିଜିଲାନ୍ସ ସ୍କାନରରେ ଅଛନ୍ତି। ଓଡ଼ିଶା ଭିଜିଲାନ୍ସ ସ୍କାନରରେ ଥିବା ଅଭିଯୁକ୍ତ ସହକାରୀ ଯନ୍ତ୍ରୀଙ୍କ ନାମ ସଞ୍ଜୟ କୁମାର ବେହେରା ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ୭ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଭଦ୍ରକ ସହରରେ ଥିବା ଶ୍ରୀ ବେହେରାଙ୍କ ଦୁଇ ମହଲା ଆବାସିକ କୋଠା, ଶ୍ରୀ ବେହେରାଙ୍କ ବାସଭବନ ତାଙ୍କ ପୈତୃକ ଗ୍ରାମ ବନ୍ଥ, କେନ୍ଦୁଆପଡ଼ା; ପିଏସ୍ ଟାଉନ୍; ଜିଲ୍ଲା-ସୁନ୍ଦରଗଡ଼ଠାରେ ଥିବା ଭଡ଼ା ଘର, ସୁନ୍ଦରଗଡ଼ର ଆରଡବ୍ଲୁ ଡିଭିନ୍ ର ଓ/ଓ ଏସଇ ଭିତରେ ଥିବା କାର୍ଯ୍ୟାଳୟ ଚେମ୍ବର, ପିଏସ-ତିହିଡି ଭିଲ ସିଣ୍ଡୋଲାଠାରେ ଜଣେ ସମ୍ପର୍କୀୟଙ୍କ ଘର, ଶ୍ରୀ ବେହେରାଙ୍କ ଓ/ଓ ଏଇ; ଆରଡବ୍ଲ୍ୟୁ ସବ୍-ଡିଭିଜନ ଲେଫ୍ରିପଡ଼ାସ୍ଥିତ କାର୍ଯ୍ୟାଳୟ କକ୍ଷ ଯେଉଁଠାରେ ସେ କାର୍ଯ୍ୟାଳୟ ଦାୟିତ୍ୱରେ ମଧ୍ୟ ଥିଲେ, ଶ୍ରୀ ବେହେରାଙ୍କ ସରକାରୀ ଆବାସିକ କ୍ୱାର୍ଟର, ଆରଡବ୍ଲୁ ଅଫିସ ପରିସର ପ୍ରମୁଖ ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି କରିଛି।