ଋଷିଆରେ ୟୁକ୍ରେନର ପ୍ରତିଆକ୍ରମଣ
ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିୟାର କହିଛନ୍ତି ଯେ ୟୁକ୍ରେନ୍ ଆଗଧାଡ଼ିର କିଛି ଅଞ୍ଚଳରେ ରୁଷ୍ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଋଷ ଦ୍ୱାରା ଦଖଲ କରାଯାଇଥିବା ଅଞ୍ଚଳକୁ ପୁନରୁଦ୍ଧାର କରାଯିବ
କିଭ୍ : ଋଷିଆ ବିରୁଦ୍ଧରେ ୟୁକ୍ରେନର ପ୍ରତିଆକ୍ରମଣ। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିୟାର କହିଛନ୍ତି ଯେ ୟୁକ୍ରେନ୍ ଆଗଧାଡ଼ିର କିଛି ଅଞ୍ଚଳରେ ରୁଷ୍ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି। ମାଲିୟାର ସୋମବାର ଏକ ଟେଲିଗ୍ରାମ ପୋଷ୍ଟରେ ଲେଖିଛନ୍ତି, କେତେକ ଦିଗରେ ଆମେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ବଖମୁତ ଦିଗ ଶତ୍ରୁତାର କେନ୍ଦ୍ରବିନ୍ଦୁ ହୋଇ ରହିଛି ଏବଂ ୟୁକ୍ରେନର ସାମରିକ ବାହିନୀ ଏହି ଅଞ୍ଚଳରେ କିଛି ସଫଳତା ହାସଲ କରିଛି। ଦକ୍ଷିଣ ୟୁକ୍ରେନରେ ମଧ୍ୟ ଏହି ଲଢ଼େଇ ଜାରି ରହିଛି, ଯେଉଁଠାରେ ରୁଷୀୟ ସେନା ପ୍ରତିରକ୍ଷା ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି।
ଶନିବାର ଦିନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ଏହି ସଂଘର୍ଷରେ ରୁଷ୍ ଦ୍ୱାରା ଦଖଲ କରାଯାଇଥିବା ଅଞ୍ଚଳକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କ ଦେଶ ପ୍ରତିଶୋଧ ମୂଳକ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି।