ମୋଦିଙ୍କୁ ଭେଟିଲେ ଓପନ୍ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ସିଇଓ ସାମ୍ ଅଲଟମ୍ୟାନ୍

ଚଳିତ ସପ୍ତାହପ୍ରାରମ୍ଭରେ ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଆଇଟି-ଦିଲ୍ଲୀ)ରେ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସମ୍ବୋଧିତ କରିଥିବା ଅଲଟମ୍ୟାନ୍ କହିଛନ୍ତି ଯେ ମୋଦୀଙ୍କ ସହ ତାଙ୍କର ବହୁତ ଭଲ କଥାବାର୍ତ୍ତା ହୋଇଥିଲା।

ଭାରତର ବୈଷୟିକ ଇକୋସିଷ୍ଟମ ପାଇଁ ଏଆଇର ସମ୍ଭାବନା ବିପୁଳ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ବୈଷୟିକ ଇକୋସିଷ୍ଟମକୁ ବଢ଼ାଇବାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ସମ୍ଭାବନା ପ୍ରକୃତରେ ବ୍ୟାପକ, ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଲୀରେ ଓପନ୍ ଏଆଇ ସିଇଓ ସାମ୍ ଅଲଟମ୍ୟାନ୍ଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମ୍ଙ୍କୁ ବୁଝାମଣାପୂର୍ଣ୍ଣ କଥାବାର୍ତ୍ତା ପାଇଁ ଧନ୍ୟବାଦ। ଭାରତର ବୈଷୟିକ ଇକୋସିଷ୍ଟମକୁ ବଢ଼ାଇବାରେ ଏଆଇର ସମ୍ଭାବନା ପ୍ରକୃତରେ ବିଶାଳ ଏବଂ ତାହା ମଧ୍ୟ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତ ସହଯୋଗକୁ ସ୍ୱାଗତ କରୁଛୁ ଯାହା ଆମର ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଆମର ଡିଜିଟାଲ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ ।
ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଆଇଟି-ଦିଲ୍ଲୀ)ରେ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସମ୍ବୋଧିତ କରି ଅଲ୍ଟମାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଭଲ କଥାବାର୍ତ୍ତା ହୋଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସହ ଭାରତର ଅବିଶ୍ୱସନୀୟ ବୈଷୟିକ ଇକୋସିଷ୍ଟମ୍ ବିଷୟରେ ଆଲୋଚନା କରିଛନ୍ତି। ଅଲଟମ୍ୟାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଭାରତର ଅବିଶ୍ୱସନୀୟ ବୈଷୟିକ ଇକୋସିଷ୍ଟମ ଏବଂ ଏଆଇରୁ ଦେଶ କିପରି ଉପକୃତ ହୋଇପାରିବ ସେ ନେଇ ନରେନ୍ଦ୍ର ମୋଦୀଙ୍କ ସହ ଭଲ କଥାବାର୍ତ୍ତା ହୋଇଛି। ମୋଦୀଙ୍କ ସହ ମୋର ସମସ୍ତ ସାକ୍ଷାତକୁ ପ୍ରକୃତରେ ଉପଭୋଗ କରିଥିଲି।
ଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଅଲଟମ୍ୟାନ୍ କହିଛନ୍ତି “ଚାଟଜିପିଟି ପଛରେ ଥିବା କମ୍ପାନୀ ବର୍ତ୍ତମାନ ଜିପିଟି ୪ର ଉତ୍ତରାଧିକାରୀ ଜିପିଟି୫କୁ ପ୍ରଶିକ୍ଷଣ ଦେଉନାହିଁ। ଜିପିଟି-୫ ପୂର୍ବରୁ ଆମକୁ ଅନେକ କାମ କରିବାକୁ ପଡ଼ିବ। ଏଥିପାଇଁ ବହୁତ ସମୟ ଲାଗିଥାଏ। ଆମେ ନୂତନ ଚିନ୍ତାଧାରା ଉପରେ କାମ କରୁଛୁ ଯାହା ଆମକୁ ଏଥିପାଇଁ ଆବଶ୍ୟକ ବୋଲି ଆମେ ଭାବୁଛୁ, କିନ୍ତୁ ଆମେ ଏହାର ନିକଟତର ନୁହଁ । ଅଧିକ ନିରାପତ୍ତା ଅଡିଟ୍ ହେବା ଆବଶ୍ୟକ।”