ନାବାଳକ ପୁଅକୁ ହତ୍ୟା କଲା ବାପା

ରାଉରକେଲାରେ ଆଜି ସକାଳେ ପତ୍ନୀଙ୍କ ସହ ଝଗଡା ହେବା ପରେ ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ନାବାଳକ ପୁଅକୁ ହତ୍ୟା କରିଛନ୍ତି

ପତ୍ନୀଙ୍କ ସହ ଝଗଡା ପରେ ନାବାଳକ ପୁଅକୁ ହତ୍ୟା କଲା ସ୍ୱାମୀ

ରାଉରକେଲା: ରାଉରକେଲାରେ ଆଜି ସକାଳେ ପତ୍ନୀଙ୍କ ସହ ଝଗଡା ହେବା ପରେ ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ନାବାଳକ ପୁଅକୁ ହତ୍ୟା କରିଛନ୍ତି । ଶନିବାର ଭୋର ସମୟରେ ରାଉରକେଲାର ସିତାଳପଡା ବସ୍ତି ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ମିଳିଥିବା ସୂଚନାନୁଯାୟୀ, ଉକ୍ତ ଅଭିଯୁକ୍ତ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଯୁକ୍ତିତର୍କ କରିବା ପରେ ତାଙ୍କ ପତ୍ନୀ କେଉଁଆଡେ ଘରୁ ବାହାରି ପଳାଇଥିଲେ । କିନ୍ତୁ ପରେ ଅଭିଯୁକ୍ତ ଜଣଙ୍କ କ୍ରୋଧିତ ହୋଇ ସେ ତାଙ୍କ ପୁଅକୁ ହତ୍ୟା କରି ମୃତଦେହକୁ ଝୁଲାଇ ଦେଇଥିଲେ । ଯାହାକୁ ତାଙ୍କ ପତ୍ନୀ ଘରକୁ ଫେରିବା ପରେ ଦେଖିଥିଲେ । ଏ ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପାଙ୍କୁ ଅଟକ ରଖିଛି ।