ଆଜିଠୁ ୨ ଦିନ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ନାହିଁ: ଆଇଏମଡି
ଆଗାମୀ ଦିନରେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ ନାହିଁ। ଆଜିଠୁ ଦୁଇ ଦିନ ଯାଏ ଉପକୂଳ ଓଡିଶାରେ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଂଶୁଘାତ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର : ଆଗାମୀ ଦିନରେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ ନାହିଁ। ଆଜିଠୁ ଦୁଇ ଦିନ ଯାଏ ଉପକୂଳ ଓଡିଶାରେ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରିପୋର୍ଟ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରି ଅଧିକ ରହିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗରମ ଓ ଅଶାନ୍ତ ପାଗ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ପାରାଦ୍ଵୀପରେ ୮୩%, ଚାନ୍ଦବାଲି ୮୦%, ଗୋପାଳପୁର ୭୯%, ପୁରୀ ୭୬%, ବାଲେଶ୍ୱର ୭୧%, ଭୁବନେଶ୍ବରରେ ୬୫% ଆର୍ଦ୍ରତା ରହିଛି। ସେହିପରି ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯିବା ସହ ସମ୍ବଲପୁରରେ ୩୬.୬ ଡିଗ୍ରୀ, ହୀରାକୁଦ ୩୫.୪ ଡିଗ୍ରୀ, ଭୁବନେଶ୍ବର ଓ କେନ୍ଦୁଝର ଯଥାକ୍ରମେ ୩୫ ଡିଗ୍ରୀ, ପୁରୀ ୩୪.୬ ଡିଗ୍ରୀ, ବାଲେଶ୍ୱର ୩୪.୨ ଡିଗ୍ରୀ, ଚାନ୍ଦବାଲି ୩୪ ଡିଗ୍ରୀ, ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।
ସେହିପରି ସୁନ୍ଦରଗଡ଼, ନୂଆପଡ଼ା କନ୍ଧମାଳ ଓ ମୟୂରଭଞ୍ଜ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।