ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ଇଞ୍ଜିନିୟର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସଭବନରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଜାରି
କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସଭବନରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। କଟକରେ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଛି। ଓଡ଼ିଶା ଭିଜିଲାନ୍ସର ୩ଟି ଟିମ୍ ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢ଼ଉ କରୁଛନ୍ତି।
ଭୂୟାଁଙ୍କ ପୈତୃକ ଗାଁ, କାର୍ଯ୍ୟାଳୟ ସ୍ଥାନ ଆଦିରେ ଚଢ଼ଉ ଜାରି ରହିଛି। ସେହିପରି ଭୁବନେଶ୍ୱରର ସୌଭାଗ୍ୟ ନଗରର ଆବାସିକ ଘର, ତାଙ୍କ ଘର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମରେ, ଭୁୟାଁଙ୍କ ସମ୍ପର୍କୀୟଙ୍କ ଘର ଭୁବନେଶ୍ୱର ଚକେଇସିହାଣୀରେ, କଟକ ସଦର ବ୍ଲକରେ ଭୂୟାଁଙ୍କ କାର୍ଯ୍ୟାଳୟ କକ୍ଷରେ ଏକକାଳୀନ ଚଢ଼ାଉ କରାଯାଇଛି।