ଭିଜିଲାନ୍ସ କବଳରେ ପିଏମ୍ଏୱାଇ ବୈଷୟିକ ପରାମର୍ଶଦାତା
ଖରିଆର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ବିଭାଗର ବୈଷୟିକ ପରାମର୍ଶଦାତା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।
ପିଏମଏୱାଇ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି
ନୂଆପଡ଼ା: ନୂଆପଡ଼ା ଖରିଆର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ବିଭାଗର ବୈଷୟିକ ପରାମର୍ଶଦାତା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ପିଏମଏୱାଇ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନାନୁସାରେ, ଲାଞ୍ଚ ନେଉଥିବା ଅଭିଯୁକ୍ତ ଜଣକ ହେଲେ ଦେବ ଚନ୍ଦନ ରାଉତ। ସେ ନୂଆପଡ଼ା ଜିଲ୍ଲା ଖରିଆର ଏନଏସିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ବିଭାଗର ବୈଷୟିକ ପରାମର୍ଶଦାତା (ଜୁନିୟର ଇଞ୍ଜିନିୟର)। ପିଏମ୍ଏୱାଇ-ଅର୍ବାନ ସ୍କିମ୍ ଅଧୀନରେ ଚୂଡ଼ାନ୍ତ ବିଲ୍ ହିତାଧିକାରୀଙ୍କୁ ପ୍ରଦାନ କରିବା ଏବଂ ପିଏମ୍ଏୱାଇ-ଅର୍ବାନ୍ ସ୍କିମ୍ ଅଧୀନରେ ଚୂଡ଼ାନ୍ତ ବିଲ୍ ପ୍ରଦାନ ପାଇଁ ପିଏମ୍ଏୱାଇ ହିତାଧିକାରୀଙ୍କଠାରୁ ୧୦,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବ ଚନ୍ଦନ ଭିଜିଲାନ୍ସ କବଳରେ ଧରାପଡ଼ିଥିଲେ। ଅଭିଯୁକ୍ତ ଦେବ ଚନ୍ଦନଙ୍କ ନିକଟରୁ ପୂରା ନଗଦ ଟଙ୍କା ଜବତ କରାଯାଇଛି। ଏହା ପରେ ନୂଆପଡ଼ା ଜିଲ୍ଲାର ଅଭିଯୁକ୍ତଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।