ଲଘୁଚାପ ପରେ ଲଘୁଚାପ, ୧୩ ଯାଏ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ। ଦକ୍ଷିଣ ଓଡିଶା ଉପରେ ସକ୍ରିୟ ରହିଛି ଲଘୁଚାପ । ମୌସୁମୀ ବି ସକ୍ରିୟ। ଭଲ ବର୍ଷା ପାଇବ ଓଡ଼ିଶା । ଲଘୁଚାପ ସହିତ ଏବେ ସାରା ରାଜ୍ଯ ରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ବର୍ଷା ଲାଗିରହିବ। ମଝିରେ ମଝିରେ ପ୍ରବଳ ବର୍ଷା ଲାଗି ରହିବ। ଏଭଳି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗିର ଓ ବରଗଡ। ଏହି ସମସ୍ତ ଜିଲ୍ଲା ଗୁଡିକ ପାଇଁ ୟେଲୋ ଓ୍ବାରଣ୍ଣିଂ ଜାରି କରାଯାଇଛି। ଏଥିପାଇଁ ଆସନ୍ତା ୧୩ ତାରିଖ ଯାଏଁ ମତ୍ସ୍ଯଜୀବି ଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହା ବାଦ ଭୁବନେଶ୍ୱର ବାଲେଶ୍ଵର ଦାରିଙ୍ଗିବାଡି ସମେତ ରାଜ୍ୟର ଅନେଗୁଡ଼ିଏ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳ ଯେମିତିକି ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପ୍ରବଳ ବର୍ଷା ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳ କୃଷି ବିଭାଗ ପୌର କର୍ତ୍ତୃପକ୍ଷ ଙ୍କୁ ସତର୍କ କରଯାଇଛି। ସବୁ ସମୟରେ ସତର୍କ ସଜାଗ ରହିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ଗତ ଜୁନ୍ ରେ ରହିଥିଲା ନିଅଣ୍ଟିଆ ବର୍ଷା। କିନ୍ତୁ ଜୁଲାଇ ଆରମ୍ଭ ସପ୍ତାହ ରୁ ହିଁ ରାଜ୍ୟ ରେ ଅତ୍ଯଧିକ ବର୍ଷା ହୋଇଛି।

ଭଲ ବର୍ଷା ହୋଇଛି ଜୁଲାଇ ମାସ ଆରମ୍ଭରେ। ଏଥି ଯୋଗୁଁ ରାଜ୍ୟରେ ବର୍ଷାର ଅଭାବ ସ୍ଥିତିରେ ସୁଧାର ଆସିଛି। ଜୁନ ପହିଲାରେ ଏ ପର୍ଯ୍ୟନ୍ତ ସାମଗ୍ରିକ ସ୍ଥିତିକୁ ଦେଖିଲେ ବର୍ଷା ସ୍ଵାଭାବିକ ବୋଲି କୁହାଯିବ। ଆଗକୁ ଲଘୁଚାପ ପରେ ଲଘୁଚାପ ଥିବାରୁ ଭଲ ବର୍ଷା ନେଇ ଆକଳନ କରାଯାଇଛି। କ୍ରମାଗତ ଭାବେ ଆସୁଥିବା ଲଘୁଚାପ ବର୍ଷାର ଅଭାବ ସ୍ଥିତିକୁ ଦୂରର କରିବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି