ପାଣିପାଗ ଯୋଗୁଁ ସ୍ଥଗିତ ଅମରନାଥ ଯାତ୍ରା, ପାଗରେ ସୁଧାର ଆସୁନାହିଁ

ନୂଆଦିଲ୍ଲୀ: ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ପାଗରେ ସୁଧାର ଆସୁନାହିଁ। ପାଗ ପ୍ରତିକୂଳ ରହିଛି। ଏଭଳି ସ୍ଥିତିରେ ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି। ଯେ ପର୍ଯ୍ୟନ୍ତ ପାଣିପାଗରେ ସୁଧାର ଆସିନି, ସେ ଯାଏ ଯାତ୍ରା ହେବନାହିଁ।

ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେତୁ ପ୍ରାୟ ୪୦ଜଣ ନିଖୋଜ ଥିବାବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ନିଖୋଜ ଙ୍କୁ ଉଦ୍ଧାର କରିବା ପାଇଁ ଜୋର୍ ସୋର ରେ ଚାଲିଛି ଅପରେସନ। ଏନଡିଆରଏଫ୍ ସହିତ ଏସଡି ଆରଏଫ୍ ଏବଂ ଆର୍ମି ଯବାନ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏମିତିକି ହେଲିକେପ୍ଟର ମଧ୍ୟ ଏହି ଅପରେସନରେ ସାମିଲ୍ ହୋଇଛି। ଆହତଙ୍କୁ ଉଦ୍ଧର କରି ଏୟାର ଲିଫ୍ କରାଯାଉଛି।

ପାଗ ଭଲ ନଥିବା ସତ୍ତ୍ୱେ ସବୁ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାର କାରୀ ଟିମ୍। ତୀର୍ଥଯାତ୍ରୀ ଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଉଛି। ଶତାଧିକ ଟେଣ୍ଟରେ ଅଟକି ରହିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଟେଣ୍ଟରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଜୁଳି ଖାଦ୍ୟର ପୋଷାକ ସବୁ କିଛି ଯୋଗାଇ ଦିଆଯାଉଛି। ଘଟଣାସ୍ଥଳରେ ଲଗାତର ଭାବେ ସ୍ଥାନୀୟ ପ୍ରଶାସନ ଉପସ୍ଥିତି ରହି ପୁରା ସ୍ଥିତି ଉପରେ ନଜର ରଖିଛି। କେବେ ସ୍ଥିତି ସୁଧୁରିବ ସେ ଉତ୍ତର କାହା ପାଖରେ ନାହିଁ। ଓଡିଶାରୁ କିଛି ଯାତ୍ରୀ ମଧ୍ୟ ସେଠାରେ ଫାଶୀ ରହିଛନ୍ତି। ରାୟଗଡ଼ା ଜିଲ୍ଲାର କିଛି ଲୋକେ ଅମରନାଥରେ ଫସି ରହିଛନ୍ତି।

ଏବେ ପାଗରେ ସେମିତି କିଛି ପରିବର୍ତ୍ତନ ଆସୁନାହିଁ। ପାଗ ଅନୁକୂଳ ନ ଥିବାରୁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅମରନାଥ ଆଡକୁ ଯିବାକୁ କୌଣସି ନୂଆ ବ୍ୟାଚକୁ ଅନୁମତି ଦିଆଯାଉ ନାହିଁ। ସବୁ ତୀର୍ଥଯାତ୍ରୀ ଗୋଟିଏ ଜାଗା ରେ ଫସି ରହିଛନ୍ତି। ୪୩ଦିନିଆ ବାର୍ଷିକ ତୀର୍ଥଯାତ୍ରା ଜୁନ୍ ୩୦ରୁ ଦୁଇଟି ମାର୍ଗ ଦେଇ ଆରମ୍ଭ ହୋଇଥିଲା। ହେଲେ ପାଗ ଖରାପ ହେତୁ ଏବେ ତୀର୍ଥଯାତ୍ରୀଙ୍କୁ ଅଧାବାଟରେ ଅଟକିବାକୁ ପଡ଼ିିଛି।