ୟୁଏସଏରେ ବୁଦ୍ଧିଜୀବୀ, ବ୍ୟବସାୟୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ପ୍ରଥମ ଦିନରେ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିିଲେ

ଅର୍ଥନୈତିକ ବିକାଶ ସହ ଭାରତରେ ପୁଞ୍ଜିନିବେଶ ପାଇଁ କଲେ ଆଲୋଚନା

ଆମେରିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ପ୍ରଥମ ଦିନରେ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟି ଭାରତରେ ପୁଞ୍ଜିିନିବେଶ ପାଇଁ ଆହ୍ୱାନ ଦେବା ସହ ଅର୍ଥନୈତିକ ବିକାଶ ଓ ମହାକାଶ ଗବେଷଣାଠାରୁ ଆରମ୍ଭ କରି ବୌଦ୍ଧ ଧର୍ମର ପ୍ରସାର ପର୍ଯ୍ୟନ୍ତ ଅନେକ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଟ୍ୱିଟ ମାଧ୍ୟମରେ କହିଛନ୍ତି, ‘‘ହେଜ୍ ଫଣ୍ଡର ପ୍ରତିଷ୍ଠାତା, ନିବେଶକ ତଥା ଲେଖକ ରେ ଡାଲିଓଙ୍କ ସହ ମୋଦିଙ୍କ ବୈଠକରେ ମୋଦି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋସôାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଉପରେ ଆଲୋକପାତ କରିଥିଲେ ଏବଂ ଅନେକ ଆଇନଗତ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ସହିତ ତାଙ୍କୁ ଭାରତରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଥିଲେ ।’’ ସେହିପରି ଜଣାଶୁଣା ଚିନ୍ତକ ନିକୋଲାସ୍ ନସିମ୍ ତାଲିବାଙ୍କୁ ଭେଟିବା ପରେ ମୋଦି ଟ୍ୱିଟ କରିଛନ୍ତି, ‘‘ନିକୋଲାସ୍ଙ୍କର ଅନେକ ପ୍ରସଙ୍ଗରେ ଆକର୍ଷଣୀୟ ଦୃଷ୍ଟିକୋଣ ରହିଛି ଏବଂ ସେଥିମଧ୍ୟରୁ କିଛି ବିଷୟରେ ମୁଁ ସେଗୁଡିକୁ ଶୁଣିବାର ସୁଯୋଗ ପାଇଥିଲି । ସେ ଭାରତର ବିକାଶ ପ୍ରଗତିରେ ବହୁତ ଆଗ୍ରହୀ ଥିଲେ । ଆମେ କିପରି ଯୁବବର୍ଗଙ୍କ ଭିତରେ ଉଦ୍ୟୋଗ ଗଢିବାର ଭାବନାକୁ ପ୍ରୋସôାହିତ କରିବା ସେଥିପ୍ରତି ଗୁରୁତ୍ୱାରୋପ କରିଥିଲି ।’’ ସେହିପରି ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପଲ୍ ରୋମରଙ୍କର ସହ ମୋଦିଙ୍କ ସାକ୍ଷାତରେ ବାୟୋମେଟ୍ରିକ୍ ପରିଚୟ ପ୍ରଣାଳୀ ଆଧାର ଏବଂ ଡିଜିଲକର ବ୍ୟବହାର ସମେତ ଭାରତର ଡିଜିଟାଲ ଯାତ୍ରା ବିଷୟରେ ଆଲୋଚନା କରାଯାଇଥିଲା ବୋଲି ବାଗ୍ଚୀ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି । ସେହିପରି ମୋଦି ଜ୍ୟୋତିର୍ବିଜ୍ଞାନୀ ନୀଲ୍ ଡିଗ୍ରାସ୍ ଟାଇସନ୍, ବୌଦ୍ଧ ପଣ୍ଡିତ ରବର୍ଟ ଥର୍ମାନ ଏବଂ ଗ୍ରାମି ବିଜେତା ସଙ୍ଗୀତଜ୍ଞ ଏ ଫାଲଗୁନି ଶାହଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।