ଜମ୍ମୁ-କଶ୍ମୀର: ୨ ଲସ୍କର-ଇ-ତୋଇବା ଆତଙ୍କବାଦୀ ଗିରଫ

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଗିରଫ କରିଛି

ସେମାନଙ୍କ ନିକଟରୁ ୧୨ଟି ଏକେ-୪୭ ରାଉଣ୍ଡ, ଗୋଟିଏ ହ୍ୟାଣ୍ଡଗ୍ରେନେଡ୍ ଓ ନଗଦ ୧ ଲକ୍ଷ ଟଙ୍କା ଜବତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଗିରଫ କରିଛି। ସେନା, ସିଆରପିଏଫ ଓ ସ୍ଥାନୀୟ ପୁଲିସର ମିଳିତ ଟିମ୍ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୁଳି, ଗୋଳାବାରୁଦ ଓ ନଗଦ ଟଙ୍କା ଜବତ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଗିରଫ ଆତଙ୍କବାଦୀ ହେଲେ ସେତିପୋରା ବିଜବେହରାର ତୌସିଫ ଭଟ୍ଟ ଓ ଅରୱାନୀ ବିଜବେହରାର ଅବରାର-ଉଲ-ହକ୍। ସେମାନଙ୍କ ନିକଟରୁ ୧୨ଟି ଏକେ-୪୭ ରାଉଣ୍ଡ, ଗୋଟିଏ ହ୍ୟାଣ୍ଡଗ୍ରେନେଡ୍ ଓ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଏତଲା ରୁଜୁ କରାଯାଇଛି।