୯ ବର୍ଷ ପରେ ଚାଇନାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ

ଦୀର୍ଘ ୯ ବର୍ଷ ପରେ ଚାଇନାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁଛି।

୨୦୧୪ ମେ ୨୯ରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା

ବେଜିଂ: ଦୀର୍ଘ ୯ ବର୍ଷ ପରେ ଚାଇନାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁଛି। ୨୦୧୪ ମେ ୨୯ରେ ୪୦ ଡିଗ୍ରୀ ତାପମାତ୍ରା ଥିଲା। ଆଜି ୨୦୧୪ ପରେ ପ୍ରଥମ ଥର ପାଇଁ ବେଜିଂରେ ଅପରାହ୍ନ ୧ଟା ୨୫ରେ ୪୦.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ ବ୍ୟୁରୋ କହିଛି।
ଆଜି ସକାଳେ ବେଜିଂରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା, ଯାହା କି ଦ୍ୱିତୀୟ ସର୍ବୋଚ୍ଚ ପାଣିପାଗ ସତର୍କ ସୂଚନା ଥିଲା ଏବଂ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ସହରର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।