ସଞ୍ଜୀବ କୁମାର ଚଢ଼ାଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି

ସଞ୍ଜୀବ କୁମାର ଚଢ଼ାଙ୍କୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି

୧୯୮୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଫ୍ଏସ୍ ସଞ୍ଜୀବ କୁମାର ଚଢ଼ା

ଭୁବନେଶ୍ବର: ୧୯୮୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଫ୍ଏସ୍ ସଞ୍ଜୀବ କୁମାର ଚଢ଼ାଙ୍କୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନିକଟରେ ଚଢ଼ାଙ୍କୁ ଭାରତ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାରେ ପଦୋନ୍ନତି ମିଳିଛି।
ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ଭାରତ ସରକାରଙ୍କ ଆଦେଶ ନଂ ୩୬/୦୨/୨୦୨୩-ଇଓ(ଏସଏମଆଇ-୧) ଅନୁଯାୟୀ ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ା, ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ଯୋଗଦେବା ପାଇଁ କୃଷି ବିପଣନ ଏବଂ ଓସାମ ବୋର୍ଡର ସଦସ୍ୟ ସଚିବ ଏବଂ ଓଏସଡବ୍ଲ୍ୟୁସି ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାରଙ୍କଠାରୁ ୨୬.୦୬.୨୦୨୩ (ଏଏନ୍) ରୁ ମୁକ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରମୁଖ ସଚିବ ଭାବେ କୃଷି ବିପଣନ ନିର୍ଦେଶକ ଓ ଓସାମ ବୋର୍ଡର ସଦସ୍ୟ ସଚିବ ଏବଂ ଓଏସଡବ୍ଲ୍ୟୁସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।