ବିଦେଶ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ

ବିଦେଶ ଗସ୍ତରୁ ଫେରିବା ପରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ କରିଛନ୍ତି ବୈଠକ

ଦିଲ୍ଲୀରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ କଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆମେରିକା ଓ ଇଜିପ୍ଟ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଦେଶ ଗସ୍ତରୁ ଫେରିବାର କିଛି ଘଣ୍ଟା ପରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ କରିଛନ୍ତି ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନେକ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଗତ କାଲି ରାତିରେ ମୋଦି ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ସହ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଥିଲେ।