ଦିହପହଣ୍ଡି ଦୁର୍ଘଟଣା: OSRTC ବସ୍ ଡ୍ରାଇଭର ଗିରଫ

ଦିଗପହଣ୍ଡି ଦୁର୍ଘଟଣାରେ ଧକ୍କା ଦେଇଥିବା ଙଝଜଞଉ ବସ୍ ଡ୍ରାଇଭର୍ ମାନସ ପ୍ରଧାନ ଗିରଫ ହୋଇଛି

ଦୁର୍ଘଟଣାର ଡେମୋ ଦେଖାଇଲା ଡ୍ରାଇଭର

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ଧକ୍କା ଦେଇଥିବା ଙଝଜଞଉ ବସ୍ ଡ୍ରାଇଭର୍ ମାନସ ପ୍ରଧାନ ଗିରଫ ହୋଇଛି । ଦୁର୍ଘଟଣାକୁ ନେଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତ କାଲି ଦୁର୍ଘଟଣା ଘଟିବା ପରେ ମାନସ ଭୁବନେଶ୍ୱର ଖସି ଆସିଥିଲେ । ପରେ ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲେ । ମାନସଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବା ସହ ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସେଠାରେ ଦୁର୍ଘଟଣାର ଡେମୋ ଦେଖାଇଛି ଡ୍ରାଇଭର । ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି ।