ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଥିବା ନିର୍ଯାତନା ମାମଲାରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି

ଥାନାରେ ଅଭିଯୋଗ ଥିଲେ ବି ହେଉନାହାନ୍ତି ହାଜର

କଟକ: ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଥିବା ନିର୍ଯାତନା ମାମଲାରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗୋଟିଏ ଘରୋଇ ବ୍ୟାଙ୍କରେ କର୍ମଚାରୀ ଥିବା ମହିଳା ଜଣଙ୍କ ସୌରିନଙ୍କ ବିରୋଧରେ ଜଗତପୁର ଥାନା ଓ କଟକ ମହିଳା ଥାନାରେ ଶାରୀରିକ ଓ ମାନସିକ ନିର୍ଯାତନାର ଲିଖିତ ଅଭିଯୋଗ କରିଥିଲେ ବି ସୌରିନଏପର୍ଯ୍ୟନ୍ତ ଥାନାରେ ହାଜର ହୋଇନଥିଲେ । ସୌରିନଙ୍କ ନାଁରେ ଅଭିଯୋଗ ହେବା ପରଠାରୁ ପୋଲିସ ତାଙ୍କୁ କୋଲକାତାସ୍ଥିତ ତାଙ୍କ ବାସଭବନକୁ ଯାଇଥିଲା । କିନ୍ତୁ ସେଠାରେ ସେ ଅନୁପସ୍ଥିତ ଥିବାରୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଥିଲା । ଏବେ କିନ୍ତୁ ସୌରିନ୍ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୪୯୩, ୩୪୧, ୨୯୪, ୪୧୭ ଓ ୫୦୬ରେ ଚାର୍ଜସିଟ୍ ଦାଖଲ କରାଯାଇଛି ।