୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ-ଇନେ୍ଦାର, ଭୋପାଳ-ଜବଲପୁର, ଗୋଆ-ମୁମ୍ବାଇ ଏକ୍ସପ୍ରେସ, ଧାରୱାଡ-ବେଙ୍ଗାଲୁରୁ ଏକ୍ସପ୍ରେସ, ହାତିଆ-ପାଟନା ବନ୍ଦେ ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ।

ଆଜି ଭର୍ଚୁଆଲ ଭାବେ ପତାକା ଦେଖାଇ ଆରମ୍ଭ କଲେ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି ଆଜି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ଟ୍ରେନ ଭୋପାଳରୁ ଇନେ୍ଦାର ଏବଂ ଭୋପାଳରୁ ଜବଲପୁରକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଗୋଆ-ମୁମ୍ବାଇ ଏକ୍ସପ୍ରେସ, ଧାରୱାଡ-ବେଙ୍ଗାଲୁରୁ ଏକ୍ସପ୍ରେସ ଏବଂ ହାତିଆ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ଭର୍ଚୁଆଲ ଭାବେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟ୍ରେନଗୁଡିକ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ବିହାର ଏବଂ ଝାଡଖଣ୍ଡରେ ଯୋଗାଯୋଗରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୋମବାର ଟୁଇଟ୍ କରି କହିଛନ୍ତି ।