ଓଡ଼ିଶା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ

ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ସମବାୟ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ବିଭାଗ ସମ୍ପର୍କିତ ଦାୟିତ୍ବ ସମ୍ବନ୍ଧରେ ଅଧିକାରୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ବର: ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ସମବାୟ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦାୟିତ୍ବ ଗ୍ରହଣ ପରେ ପାଢୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ସେ ବରିଷ୍ଠ ଅଧିକାରୀଙ୍କ ସହ ସମବାୟ ବିଭାଗ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଫସଲ ବୀମା, ପ୍ୟାକ୍ସର କମ୍ପ୍ୟୁଟରୀକରଣ, ପ୍ୟାକ୍ସର ଅଡିଟ୍, ଇ-ନାମ ମାଧ୍ୟମରେ ଆନ୍ତଃରାଜ୍ୟ ବାଣିଜ୍ୟକୁ ସୁଗମ କରିବା, ସମବାୟ ସମିତିର ଅର୍ଥପୂର୍ଣ୍ଣ ଭିତ୍ତିଭୂମି ସୃଷ୍ଟି ଏବଂ ସମବାୟ ବିଭାଗର ଭାବମୂର୍ତ୍ତି ସୃଷ୍ଟି ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି।
ପ୍ରତି ଶୁକ୍ରବାର ହାତବୁଣା କପଡ଼ା ବ୍ୟବହାର କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେବା ସହ ମାଦକ ଦ୍ରବ୍ୟ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଲୋଚନା ସମୟରେ ଓଡ଼ିଶାର ଆରସିଏସ୍, ସମସ୍ତ ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।