ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା -୨୦୨୩ ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ରେ ସରିବ

୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା -୨୦୨୩ ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ରେ ସରିବ। ଏ ନେଇ ବିଏସ୍ଇ ପକ୍ଷରୁ ଆଡମିଟ୍ କାର୍ଡ ଜାରି କରାଯାଇଛି। ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଏସଇର ଅଫିସିଆଲ ୱେବସାଇଟ bseodisha.ac.in ରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୧୩୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ୮୯୧୫ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ।