ବିବାହ ଶୋଭାଯାତ୍ରାକୁ ଟ୍ରକ ଧକ୍କା; ୫ ମୃତ, ୯ ଗୁରୁତର

କେନ୍ଦୁଝରରେ ଏକ ବିବାହ ଶୋଭାଯାତ୍ରାକୁ ଗୋଟିଏ ଟ୍ରକ ଧକ୍କା ଦେଇଛି

କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା

କେନ୍ଦୁଝର: କେନ୍ଦୁଝରରେ ଏକ ବିବାହ ଶୋଭାଯାତ୍ରାକୁ ଗୋଟିଏ ଟ୍ରକ ଧକ୍କା ଦେଇଛି । କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସାଥୀଘର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ଚିକିସôାଳୟରେ ଭର୍ତି କରାଯାଇଛି ।
ସୂଚନାନୁସାରେ, କେନ୍ଦୁଝରର ହରିଚନ୍ଦନପୁର ବ୍ଲକର ମାନପୁର ଗ୍ରାମର ହାଡିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତ ପାତ୍ର ସହିତ ସାଥୀଘର ସାହିର କାର୍ତିକ ପାତ୍ରଙ୍କ ଝିଅ ସହିତ ବାହାଘର ହେବାର ଥିଲା । କିନ୍ତୁ ବାହାଘର ପାଇଁ ବର ଓ ବରଯାତ୍ରୀ ଶୋଭାଯାତ୍ରରେ ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏକ ଟ୍ରକ ବରଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଉ ୯ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତରମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରିଥିଲେ, କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।