ରିମାଣ୍ଡରେ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ

ଜୁନ ୨୮ରୁ ୫ ଦିନ ଯାଏ ରିମାଣ୍ଡରେ ନେଲା ଭିଜିଲାନ୍ସ

ନବରଙ୍ଗପୁର: ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତ ଅନୁମତିକ୍ରମେ ଅଧିକ ତଦନ୍ତ ପାଇଁ ଜୁନ ୨୮ରୁ ୫ ଦିନ ଯାଏ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆସନ୍ତା ୭ ତାରିଖ ଯାଏ ଜେଲ ହାଜତକୁ ପଠାଯାଇଛି ।
ସୂଚନାଯୋଗ୍ୟ, ଗତ ଜୁନ ୨୩ ତାରିଖରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ଚଢାଉ କରିଥିଲା । ଭିଜିଲାନ୍ସ ୯ଟି ସ୍ଥାନରେ ଚଢାଉ କରି ୫,୨୧,୦୯,୬୫୯ ଟଙ୍କା ଯାହାକି ଆୟରୁ ୫୦୬% ମୂଲ୍ୟର ଅଧିକ ସମ୍ପତି ଠାବ କରାଯାଇଥିଲା । ଯାହା ପରେ ଗତ ଜୁନ ୨୪ ତାରିଖରେ ସୁନ୍ଦରଗଡ ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ କୋର୍ଟକୁ ପଠାଯାଇଥିଲା ।