ଭଦ୍ରକରେ ବସ୍ ଦୁର୍ଘଟଣା: ଜଣେ ମୃତ, ୧୫ ଆହତ

ଗୁରୁବାର ସନ୍ଧ୍ୟାରେ ଭଦ୍ରକରେ ଏକ ବସ୍ ଦୁର୍ଘଟଣା ଘଟଛି

ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା

ଭଦ୍ରକ: ଗୁରୁବାର ସନ୍ଧ୍ୟାରେ ଭଦ୍ରକରେ ଏକ ବସ୍ ଦୁର୍ଘଟଣା ଘଟଛି । ଜଣେ ମହିଳା ପାସେଞ୍ଜରଙ୍କର ମୃତୁ୍ୟ ଘଟିଛି ଏବଂ ୧୫ ଜଣ ପାସେଞ୍ଜର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବସଟି ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ବେଳେ ସବରଙ୍ଗ ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ଓ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।