ବରିଷ୍ଠ ସାମ୍ବାଦିକ ଜଗନ ମୋହନ ପାତ୍ରଙ୍କର ପରଲୋକ

ବରିଷ୍ଠ ସାମ୍ବାଦିକ ଜଗନ ମୋହନ ପାତ୍ରଙ୍କର ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ପରଲୋକ ଘଟିଛି

ସାମ୍ବାଦିକତା ସହ ଅଧ୍ୟାପନା କରୁଥିଲେ

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ଜଗନ ମୋହନ ପାତ୍ରଙ୍କର ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଚିକିସôାଧିନ ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି । ସେ ହୃଦଘାତରେ ପୀଡିତ ଥିଲେ ।
ସୂଚନାନୁଯାୟୀ, ଶ୍ରୀ ମହାପାତ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମକେସିଜି ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଆହୁରି ଗୁରୁତର ହୋଇ ଚିକିସôାଧୀନ ଅବସ୍ଥାରେ ହିଁ ମୃତୁ୍ୟ ଘଟିଛି । ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟାପକ ଥିଲେ । ଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ଅନେକ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନରେ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।