ଭାରତୀୟ କଏଦୀଙ୍କୁ ମୁକ୍ତ କରିବାକୁ ପାକିସ୍ତାନକୁ ଭାରତର ନିବେଦନ

ପାକିସ୍ତାନରେ ଜେଲଦଣ୍ଡ ଭୋଗୁଥିବା ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ୪ ଜଣ ବେସାମରିକ କଏଦୀଙ୍କୁ ମୁକ୍ତ କରି ଫେରାଇ ଆଣିବା ପାଇଁ ଶନିବାର ପାକିସ୍ତାନକୁ ନିବେଦନ କରିଛି ଭାରତ।

୨୫୪ ମତ୍ସ୍ୟଜୀବୀ, ୪ ବେସାମରିକ କଏଦୀଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ପାକିସ୍ତାନରେ ଜେଲଦଣ୍ଡ ଭୋଗୁଥିବା ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ୪ ଜଣ ବେସାମରିକ କଏଦୀଙ୍କୁ ମୁକ୍ତ କରି ଫେରାଇ ଆଣିବା ପାଇଁ ଶନିବାର ପାକିସ୍ତାନକୁ ନିବେଦନ କରିଛି ଭାରତ। ଏହା ସହ ପାକିସ୍ତାନ ଜେଲରେ କଏଦୀ ଥିବା ଅବଶିଷ୍ଟ ଭାରତୀୟ ୧୨ ଜଣ ମତ୍ସ୍ୟଜୀବୀ ଏବଂ ୧୪ ଜଣ ବେସାମରିକ କଏଦୀଙ୍କୁ ତୁରନ୍ତ କନସୁଲାର ଆକ୍ସେସ୍ ପ୍ରଦାନ କରିବା ପାଇଁ ଭାରତ ସରକାର କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ୱତନ୍ତ୍ର ରିପୋର୍ଟ ମୁତାବକ, ପାକିସ୍ତାନରେ ଥିବା ବେସାମରିକ କଏଦୀ, ନିଖୋଜ ଭାରତୀୟ ପ୍ରତିରକ୍ଷା କର୍ମଚାରୀ ଏବଂ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଡଙ୍ଗା ସହିତ ଶୀଘ୍ର ମୁକ୍ତ କରିବା ଏବଂ ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀଙ୍କ ସମେତ ୬୨ ଜଣ ପାକିସ୍ତାନୀ କଏଦୀଙ୍କ ଜାତୀୟତା ମାନ୍ୟତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନକୁ ଅନୁରୋଧ କରିଛି।