ସିଗନାଲ ତ୍ରୁଟି ଯୋଗୁଁ ହୋଇଥିଲା ବାହାନଗା ରେଳ ଦୁର୍ଘଟଣା: ସିଆରଏସ୍ ରିପୋର୍ଟ

ସିଗନାଲ ଓ ଟେଲିକମ୍ ଡିପାର୍ଟମେଂଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।

ବାହାନଗା ରେଳ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ସିଗନାଲ ଓ ଟେଲିକମ୍ ଡିପାର୍ଟମେଂଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି । ଟ୍ରାକରେ କୌଣସି ପ୍ରକାର ତ୍ରୁଟି ନଥିଲା ବୋଲି ସିଆରଏସ୍ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
ରିପୋର୍ଟ ଅନୁଯାୟୀ, ସାଉଥ ଇଷ୍ଟର୍ଣ୍ଣ ସର୍କଲରେ କରାଯାଇଥିବା ସିଗନାଲ ସର୍କିଟ ପରିବର୍ତନରେ ତ୍ରୁଟି ଯୋଗୁଁ ବାଲେଶ୍ୱରର ବାହାନଗା ଷ୍ଟେସନରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଇଟ ଯାଂଚ ସମୟରେ ଦାଖଲ କରାଯାଇଥିବା ସମସ୍ତ ରେକର୍ଡ, ପର୍ଯ୍ୟବେକ୍ଷଣ, ଡାଟା-ଲଗର ରେକର୍ଡରେ ଲଗ ହୋଇଥିବା ଘଟଣାର ବିଶ୍ଳେଷଣ ଏବଂ ତଦନ୍ତ ପ୍ରକ୍ରିୟାରେ ପ୍ରାପ୍ତ ପ୍ରମାଣ ଓ ସୂଚନାକୁ ଧ୍ୟାନର ସହ ବିଚାର କରିବା ପରେ ଜଣା ପଡିଲା ଯେ, ଟ୍ରେନ ନମ୍ବର ୧୨୮୪୧(ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ), ଏନ/ଡିଡିଆଇପି (ମାଲବାହୀ ଟ୍ରେନ) ଏବଂ ୧୨୮୬୪(ଏସଏମଭିଟି-ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ) ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର ଡିଭିଜନର ଟ୍ରେନ ୧୨୮୪୧କୁ ମୁହାଁମୁହିଁ ଧକ୍କା ହୋଇଥିଲା । ସେହି ସମୟରେ ୧୨୮୬୪ ନମ୍ବର ଟ୍ରେନ ଯାଉଥିବା ଲାଇନଚୁ୍ୟତ ବଗିରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସିଗନାଲ-ସର୍କିଟ ପରିବର୍ତନରେ ତ୍ରୁଟି ଯୋଗୁଁ ହୋଇଥିଲା । ତ୍ରୁଟି ଯୋଗୁଁ ୧୨୮୪୧ ନମ୍ବର ଟ୍ରେନକୁ ଭୁଲ ସଂକେତ ମିଳିଥିଲା । ଷ୍ଟେସନ ମାଷ୍ଟରଙ୍କ ଅବହେଳାରେଯାଗୁଁ ଭୁଲ ସଂକେତ ଯୋଗୁଁ ୧୨୮୪୧ ନମ୍ବର ଟ୍ରେନ ଲୁପ ଲାଇନ ଅତିକ୍ରମ କରିବା ସହ ସେଠାରେ ଠିଆ ହୋଇଥିବା ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ।