ବଢିଲା କମର୍ସିଆଲ ଏଲପିଜି ଦର

ଦେଶରେ ବଢିଛି କମର୍ସିଆଲ ଏଲପିଜି ଦର

୧୯ କିଲୋଗ୍ରାମ ଏଲପିଜି ଦର ୧୭୭୩ରୁ ୧୭୮୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢିଛି କମର୍ସିଆଲ ଏଲପିଜି ଦର । ରାଷ୍ଟ୍ର ସମର୍ଥିତ ତୈଳ ବିପଣନ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି କରିଛନ୍ତି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତନ ହୋଇନାହିଁ । ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ୧୭୮୦ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୧୭୨୫ ଟଙ୍କା, କୋଲକାତାରେ ଟ.୧୮୭୫.୫୦, ଏବଂ ଚେନ୍ନାଇରେ ୧୯୩୭ ଟଙ୍କା ହୋଇଛି । ତେବେ ଶେଷ ଥର ପାଇଁ ମାର୍ଚ୍ଚ ୧ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏପ୍ରିଲରେ ୯୧.୫୦ ଟଙ୍କା, ମେରେ ୧୭୧.୫୦ ଟଙ୍କା ଏବଂ ଜୁନରେ ୮୩.୫୦ ଟଙ୍କା ହ୍ରାସ କରାଯାଇଥିଲା ।