ଦୃଷ୍ଟିହୀନ ଓ ଶ୍ରବଣହୀନଙ୍କ ପାଇଁ ହାଇସ୍କୁଲର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୟୁନିଟ୍-୩ରେ ଦୃଷ୍ଟିହୀନ ଭୀମ ଭୋଇ ହାଇସ୍କୁଲ ଓ ଶ୍ରବଣ ହୀନଙ୍କ ପାଇଁ ବିପିନ ବିହାରୀ ଚୌଧୁରୀ ହାଇସ୍କୁଲକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ +୨ ପଢ଼ିପାରିବେ ଦୃଷ୍ଟିହୀନ ଓ ଶ୍ରବଣହୀନ

+୨ ପଢ଼ିପାରିବେ ଦୃଷ୍ଟିହୀନ ଓ ଶ୍ରବଣହୀନ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୩ରେ ଦୃଷ୍ଟିହୀନ ଭୀମ ଭୋଇ ହାଇସ୍କୁଲ ଓ ଶ୍ରବଣ ହୀନଙ୍କ ପାଇଁ ବିପିନ ବିହାରୀ ଚୌଧୁରୀ ହାଇସ୍କୁଲକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ସ୍ଥାନରୁ ଦୃଷ୍ଟିହୀନ ଓ ଶ୍ରବଣ ହୀନ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧା ଥିବା ଏହି ବିଦ୍ୟାଳୟରେ ନାମ ଲେଖାଇ +୨ ପଢ଼ିପାରିବେ। ଭୀମ ଭୋଇ ହାଇସ୍କୁଲରେ ଛାତ୍ରଛାତ୍ରୀ କଳା ଓ ଆଇଟି ପାଠ ପଢିପାରୁଥିବା ବେଳେ ବିପିନ ବିହାରୀ ଚୌଧୁରୀ ହାଇସ୍କୁଲରେ ବିଜ୍ଞାନ ଓ ଆଇଟି ପାଠ ପଢିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିହୀନ ପିଲାଙ୍କ ପାଇଁ ଏକ ଅଡିଓ ଷ୍ଟୁଡିଓ ଏବଂ ଶ୍ରବଣ ହୀନ ପିଲାଙ୍କ ପାଇଁ ଏକ ଭର୍ଚୁଆଲ ଷ୍ଟୁଡିଓର ଉଦଘାଟନ କରିଥିଲେ ।
ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଦ୍ୟଯନ୍ତ୍ର ବଜାଇ ଓ ଗୀତ ଗାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ୍, ଏସ୍ ଆଣ୍ଡଏମ୍ ଇ ବିଭାଗ ପ୍ରମୁଖ ଶାସନ ସଚିବ ଅଶ୍ୱତୀ ଏସ୍, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର୍ ଆୟର, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ କୁମାର ଦାସ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।