ଓଏସଡବ୍ଲ୍ୟୁସି ମୁଖ୍ୟାଳୟର ନୂତନ କୋଠାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଗୋଦାମ ନିଗମର ନୂତନ ମୁଖ୍ୟ କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଓଡ଼ିଶା ରାଜ୍ୟ ଗୋଦାମ ନିଗମର ନୂତନ ମୁଖ୍ୟ କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବର କଟକ ରୋଡରେ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ଗୋଦାମଗୁଡ଼ିକର ସମସ୍ତ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରିଥାଏ। ନିଗମର ବ୍ୟବସାୟ ଯେତିକି ବୃଦ୍ଧି ପାଉଛି, ତା’ର କାର୍ଯ୍ୟ ପରିସର ମଧ୍ୟ ବୃଦ୍ଧି ପାଉଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପ୍ରକଳ୍ପ ର ନିର୍ମାଣ ଦାୟିତ୍ୱ ଭୁବନେଶ୍ୱର ଇଡକୋକୁ ଦିଆଯାଇଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।