ୱାଙ୍ଗ ଚୁକିନ୍ ଟେବୁଲ ଟେନିସରେ ବିଶ୍ୱର ଏକ ନମ୍ବର ଖେଳାଳି

ଚୀନର ଟେବୁଲ୍ ଟେନିସ୍ ଉଦୀୟମାନ ତାରକା ଓ୍ଵାଙ୍ଗ୍ ଚୁକିନ୍ ପୁରୁଷ ସିଙ୍ଗଲ୍ସ ବର୍ଗରେ ବିଶ୍ବର ଏକ ନମ୍ବର ଖେଳାଳି ହୋଇଛନ୍ତି।

ଆଇଟିଇଟିଏଫ୍ ରିପୋର୍ଟରେ ପ୍ରକାଶିତ

ଚୀନ: ଅନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ମହାସଂଘ (ଆଇଟିଟିଏଫ୍) ମଙ୍ଗଳବାର ତା’ର ସଦ୍ୟତମ ବିଶ୍ବ ମାନ୍ୟତା ପ୍ରକାଶ କରିଛି। ଚୀନର ଟେବୁଲ୍ ଟେନିସ୍ ଉଦୀୟମାନ ତାରକା ଓ୍ଵାଙ୍ଗ୍ ଚୁକିନ୍ ପୁରୁଷ ସିଙ୍ଗଲ୍ସ ବର୍ଗରେ ବିଶ୍ବର ଏକ ନମ୍ବର ଖେଳାଳି ହୋଇଛନ୍ତି।

ସିଙ୍ଗାପୁର ସ୍ମାସ୍ ୨୦୨୨ର ଆଇଟିଟିଏଫ୍ ବିଶ୍ୱ ମାନ୍ୟତା ପଏଣ୍ଟର ଅବଧି ଶେଷ ହେବା ପରେ ୨୩ ବର୍ଷୀୟ ୱାଙ୍ଗ୍ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଆଇଟିଟିଏଫ ୱେବସାଇଟରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ୱାଙ୍ଗଙ୍କ ଉଲ୍ଲେଖନୀୟ ଯାତ୍ରାରେ ଏହି ସଫଳତା ଏକ ଐତିହାସିକ ମୁହୂର୍ତ୍ତ, ଯେଉଁଥିରେ ତାଙ୍କ ଅସାଧାରଣ ପ୍ରତିଭା ଏବଂ ମହାନତାର ଅତୁଟ ଅନୁସନ୍ଧାନକୁ ଦର୍ଶାଯାଇଛି ।

ପୁରୁଷ ବିଶ୍ୱର ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ଜାପାନର ତୋମୋକାଜୁ ହରିମୋଟୋ, ବ୍ରାଜିଲର ଖେଳାଳି ହୁଗୋ କାଲଡେରାନୋ, ଦକ୍ଷିଣ କୋରିଆର ଜାଙ୍ଗ ଉ-ଜିନ୍, ସ୍ଲୋଭେନିଆର ଡାର୍କୋ ଜର୍ଜିକ୍ ଏବଂ ଚାଇନିଜ୍ ତାଇପେର ଲିନ୍ ୟୁନ୍-ଜୁ ରହିଛନ୍ତି।

ମହିଳା ଦଳରେ ସୁନ୍ ୟିଙ୍ଗଶା, ୱାଙ୍ଗ ୟିଦି, ଚେନ୍ ମେଙ୍ଗ, ୱାଙ୍ଗ ମାନୁ, ଚେନ୍ ଜିଙ୍ଗଟନ୍ ଓ କିଆନ୍ ତିଆନି, ଜାପାନର ମିମା ଇଟୋ ଓ ହିନା ହାୟାଟା, ଦକ୍ଷିଣ କୋରିଆର କିଶୋର ଶିନ୍ ୟୁ-ବିନ୍ ଏବଂ ଜର୍ମାନୀର ଅଭିଜ୍ଞ ହାନ୍ ୟିଙ୍ଗ୍ ଶ୍ରେଷ୍ଠ ୧୦ ମଧ୍ୟରେ ଅଛନ୍ତି।